ଭାରତ

ୟୁରୋପ ଗସ୍ତରେ  ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧି

(ଦିଲ୍ଲୀ) : ଜି -20 ଶିଖର ସମ୍ମିଳନୀ ପୂର୍ବରୁ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ୟୁରୋପ ଗସ୍ତରେ ଯାଇଛନ୍ତି। ଶିଖର ସମ୍ମିଳନୀ ଶେଷ ହେବା ପରେ ସେ ଭାରତ ଫେରିବା ନେଇ ସୂଚନା ରହିଛି ।ଏହି ଗସ୍ତ ସମୟରେ ସେ ପୂର୍ବତନ କଂଗ୍ରେସ ସଭାପତି ୟୁରୋପୀୟ ୟୁନିଅନର ଓକିଲ, ଛାତ୍ର ଏବଂ ବିଦେଶରେ ରହୁଥିବା ଭାରତୀୟଙ୍କୁ ଭେଟିବେ । ସେ ସେପ୍ଟେମ୍ବର 11ରେ ଭାରତ ଫେରିବେ ।

ସୂଚନାନୁଯାୟୀ ,ଯେଉଁଠାରେ ସେ ବ୍ରୁସେଲସ୍ ୟୁରୋପୀୟ ୟୁନିଅନର ସଦସ୍ୟମାନଙ୍କ ଦ୍ୱାରା ଆୟୋଜିତ ଏକ ବୈଠକରେ ଯୋଗ ଦେବେ । ଏହା ବ୍ୟତୀତ ସେ ପ୍ୟାରିସର ଏକ ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କୁ ମଧ୍ୟ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଓସଲୋରେ ଥିବା ଭାରତୀୟଙ୍କୁ ମଧ୍ୟ ରାହୁଲ ଗାନ୍ଧି ଭେଟିବେ । ଏହା ପରେ ସେପ୍ଟେମ୍ବର ୯ରେ ସେ ପ୍ୟାରିସରେ ଫ୍ରାନ୍ସର ଶ୍ରମ ସଂଗଠନର ବୈଠକରେ ଅଂଶଗ୍ରହଣ କରିବେ। ଏଥିସହ ସେ ନରୱେରେ ଭାରତୀୟ ସମ୍ପ୍ରଦାୟର ଲୋକଙ୍କୁ ସମ୍ବୋଧିତ କରିବା ନେଇ ସୂଚନା ରହିଛି ।

 

Related posts

ଆଜି ଜେପି ନଡ୍ଡାଙ୍କ ବାସଭବନରେ ହେବ ବୈଠକ, ପ୍ରାର୍ଥୀଙ୍କ ନାମ ଉପରେ ହେବ ମନ୍ଥନ

mahabharatanews

ଆଜି ହେବ ଅନସାରୀଙ୍କର ଅନ୍ତିମ ସଂସ୍କାର

mahabharatanews

ମର୍ଣ୍ଣିଂ ୱାର୍କରୁ ଅପହରଣ

mahabharatanews