(ଭୁବନେଶ୍ୱର) : ଗତକାଲି ଡ଼ିସେମ୍ବର ୨୩ରେ ଓଡ଼ିଶା ପ୍ରଦେଶ କଂଗ୍ରେସ ପାଇଁ ନୂଆ ପ୍ରଭାରୀ ନିଯୁକ୍ତ କରିଥିଲା କଂଗ୍ରେସ । ଡକ୍ଟର ଅଜୟ କୁମାରଙ୍କୁ ଓଡ଼ିଶା ପିସିସିର ନୂଆ ପ୍ରଭାରୀ ଭାବେ ନିଯୁକ୍ତି ମିଳିଛି । ଆଉ ଠିକ୍ ଦିନକ ପରେ କଂଗ୍ରେସ ରାଜ୍ୟବାସିଙ୍କ ପାଇଁ ନେଇ ଆସିଛି ବଡ଼ ସୂଚନା । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସମେତ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଓଡ଼ିଶା ଆସିବାର ସୂଚନା ମିଳିଛି ।
ସୂଚନାନୁଯାୟୀ , ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଦେଇଥିବା ସୁନ୍ଦରଗଡ଼ରେ ଏକ ବିଶାଳ ସମାବେଶ କରିପାରନ୍ତି କଂଗ୍ରେସର ଶୀର୍ଷସ୍ତରୀୟ ନେତା ।ନିକଟରେ ନୂଆଦିଲ୍ଲୀରେ ଓଡିଶା କଂଗ୍ରେସ ସହ ଏଆଇସିସିର ବୈଠକ ହୋଇଥିଲା । ଦେଶରେ ପୁଣି ମୋଦି ସରକାର ଆସିବା ଜରୁରୀ ବୋଲି କହିଲେ ଧର୍ମେନ୍ଦ୍ର, ପ୍ରତି ବୁଥରୁ ୫୦ ପ୍ରତିଶତ ଭୋଟ ଟାର୍ଗେଟ ଆଲୋଚନା ସମୟରେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସୋନିଆ ଗାନ୍ଧୀ ଓ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ଜାନୁଆରିରେ ଓଡିଶା ଗସ୍ତରେ ଆସିବାକୁ ପିସିସି କର୍ମକର୍ତ୍ତା ଓ ବିଧାୟକମାନେ ଅନୁରୋଧ କରିଥିଲେ ।
