ଓଡିଶା

ନଦୀରେ ବୁଡ଼ି ଯୁବକ ମୃତ

(ସତ୍ୟନାରାୟଣ ପାଲ/ରାଇରଙ୍ଗପୁର): ମୟରଭଂଜ ଜିଲ୍ଲାର ରାଇରଙ୍ଗପୁର ପୋଲିସ ସର୍କଲ ଅଧିନସ୍ଥ ତିରିଂ ଥାନା ଅନ୍ତର୍ଗତ କୁଲୁଘୁଟୁ ପଞ୍ଚାୟତର ମୁଡାଗାଁ ର ୧୫ ବର୍ଷୀୟ ଟୁରି ହେମ୍ବ୍ରମ ପାଣିରେ ବୁଡି ପ୍ରାଣ ହରାଇଛି । ସୁଚନା ଯେ, ଟୁରି ରବିବାର ଦିନ ଖରାବେଳେ ଗାଁ ପାଖ ଖଡଖାଈ ନଦୀରେ ଶୌଚ କରିବାକୁ ଯାଇ ପାଣିରେ ବୁଡି ଯାଇଥିଲା । ଯାହା ଫଳରେ ସେ ପାଣିରୁ ବାହାରି ନପାରି ମୃତ୍ୟୁ ଘଟିଛି । ତାପରେ ଘରକୁ ଫେରିବାର ବିଳମ୍ବ ହେବାରୁ ଗାଁ ଲୋକଙ୍କ ସହ ପରିବାର ଲୋକେ ଖୋଜାଖୋଜି କରି ନଦୀରୁ ଉଦ୍ଧାର କରିଥିଲେ । ପରେ ମୃତକଙ୍କୁ ରାଇରଙ୍ଗପୁର ହସ୍ପିଟାଲକୁ ଅଣା ଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଆଜି ଶବ ବ୍ୟବଚ୍ଛେଦ କରାଯିବାକୁ ଥିବା ବେଳେ ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଖବର ପାଇ ମୃତକ ପରିବାରକୁ ସମବେଦନା ଜଣାଇବା ପାଇଁ ତିରିଂ ଜିଲ୍ଲା ସଦସ୍ୟ ସମାଜସେବୀ ପରେଶ ମୁଣ୍ଡା କୁଲୁଘୁଟୁ ସରପଞ୍ଚ ଚାମ୍ବୁରୁ ହେମ୍ବ୍ରମ ରାଇରଙ୍ଗପୁର ହସ୍ପିଟାଲକୁ ଛୁଟି ଆସିଥିଲେ । ତାଙ୍କ ଦ୍ବାରା ଯେତିକି ସହଯୋଗ କରାଯାଇପାରିବ ସେମାନେ ସହଯୋଗ କରିବେ ବୋଲି କହିଥିଲେ ।

Related posts

୧୬ରୁ ପର୍ଯ୍ୟଟକଙ୍କୁ ଶିମିଳିପାଳ ମନା

mahabharatanews

୩ ଶହ ତଳେ ରହିଛି କରୋନା ସଂକ୍ରମଣ; ୨୯୬ କରୋନା ଆକ୍ରାନ୍ତ ଚିହ୍ନଟ୍ର

mahabharatanews

ଆଜିଠୁ ଆରମ୍ଭ ହେଉଛି ଓଜେଇଇ ପରୀକ୍ଷା

mahabharatanews