ଓଡିଶା

ନଦୀରେ ବୁଡ଼ି ଯୁବକ ମୃତ

(ସତ୍ୟନାରାୟଣ ପାଲ/ରାଇରଙ୍ଗପୁର): ମୟରଭଂଜ ଜିଲ୍ଲାର ରାଇରଙ୍ଗପୁର ପୋଲିସ ସର୍କଲ ଅଧିନସ୍ଥ ତିରିଂ ଥାନା ଅନ୍ତର୍ଗତ କୁଲୁଘୁଟୁ ପଞ୍ଚାୟତର ମୁଡାଗାଁ ର ୧୫ ବର୍ଷୀୟ ଟୁରି ହେମ୍ବ୍ରମ ପାଣିରେ ବୁଡି ପ୍ରାଣ ହରାଇଛି । ସୁଚନା ଯେ, ଟୁରି ରବିବାର ଦିନ ଖରାବେଳେ ଗାଁ ପାଖ ଖଡଖାଈ ନଦୀରେ ଶୌଚ କରିବାକୁ ଯାଇ ପାଣିରେ ବୁଡି ଯାଇଥିଲା । ଯାହା ଫଳରେ ସେ ପାଣିରୁ ବାହାରି ନପାରି ମୃତ୍ୟୁ ଘଟିଛି । ତାପରେ ଘରକୁ ଫେରିବାର ବିଳମ୍ବ ହେବାରୁ ଗାଁ ଲୋକଙ୍କ ସହ ପରିବାର ଲୋକେ ଖୋଜାଖୋଜି କରି ନଦୀରୁ ଉଦ୍ଧାର କରିଥିଲେ । ପରେ ମୃତକଙ୍କୁ ରାଇରଙ୍ଗପୁର ହସ୍ପିଟାଲକୁ ଅଣା ଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଆଜି ଶବ ବ୍ୟବଚ୍ଛେଦ କରାଯିବାକୁ ଥିବା ବେଳେ ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଖବର ପାଇ ମୃତକ ପରିବାରକୁ ସମବେଦନା ଜଣାଇବା ପାଇଁ ତିରିଂ ଜିଲ୍ଲା ସଦସ୍ୟ ସମାଜସେବୀ ପରେଶ ମୁଣ୍ଡା କୁଲୁଘୁଟୁ ସରପଞ୍ଚ ଚାମ୍ବୁରୁ ହେମ୍ବ୍ରମ ରାଇରଙ୍ଗପୁର ହସ୍ପିଟାଲକୁ ଛୁଟି ଆସିଥିଲେ । ତାଙ୍କ ଦ୍ବାରା ଯେତିକି ସହଯୋଗ କରାଯାଇପାରିବ ସେମାନେ ସହଯୋଗ କରିବେ ବୋଲି କହିଥିଲେ ।

Related posts

ପରାଦ୍ୱୀପରେ ଆରମ୍ଭ ହେଲା କୋଭିଡ ହସ୍ପିଟାଲ

mahabharatanews

ବୋର୍ଡ ପରୀକ୍ଷା ପାଇଁ ଗାଇଡଲାଇନ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଧାନମନ୍ତ୍ରୀଙ୍କୁ ପତ୍ର

mahabharatanews

କରୋନା: ୫ ସ୍କୁଲରେ ଚାଲିଛି ନମୁନା ସଂଗ୍ରହ

mahabharatanews