ଓଡିଶା

ସ୍ପ୍ରିଡ଼ ଜଗୁଛି ଲେଜର ଗନ କ୍ୟାମେରା

(ଆଦର୍ଶ ରାଉତ/ ମହାଭାରତ)ଭୁବନେଶ୍ୱର: ଡ଼ିସେମ୍ବର ୧ ତାରିଖରୁ ରାଜ୍ୟ ପୋଲିସ ଦ୍ୱାରା କଡ଼ା କଡ଼ି ଟ୍ରାଫିକ ନିୟମ ଲାଗୁ କରାଯାଇଛି । ଏ ନେଇ ବିଭିନ୍ନ ସ୍ଥାନ ଗୁଡ଼ିକରେ ଯାଞ୍ଚ କରାଯାଉଛି । ଏହି ପରିପକ୍ଷେ ଆଜି କମିଶନରେଟ ପୋଲିସ ତରଫରୁ ଜଗନ୍ନାଥ ସଡ଼କରେ ସରପ୍ରାଇଜ ଟ୍ରାଫିକ ଇଣ୍ଟରସେକ୍ଟର ଯାଞ୍ଚ କରାଯାଇଛି । ଟ୍ରାଫିକ ନିୟମ ନ ମାନି ଗାଡ଼ି ଚଳାଉ ଥିବା ଚାଳକ ମାନଙ୍କ ଠାରୁ ଫାଇନ ଆଦାୟ କରାଯାଉଥିବା ବେଳେ ଯେଉଁ ଗାଡ଼ି ଚାଳକ ମାନେ ନିର୍ଦ୍ଧାରିତ ସ୍ପ୍ରିଡ଼ ଲିମିଟରୁ ଉର୍ଦ୍ଧରେ ଗାଡ଼ି ଚଳାଉଛନ୍ତି ତାଙ୍କୁ କଏଦ କରୁଛି ଇଣ୍ଟରସେକ୍ଟର ଗାଡ଼ିରେ ଲାଗିଥିବା ଲେଜର ଗନ କ୍ୟାମେରା । ଯାହା ସାହାର୍ଯ୍ୟରେ ଟ୍ରାଫିକ ପୋଲିସ ମାନେ ଗାଡ଼ିର ଗତିକୁ ମାପି ପାରିବେ ଓ ଯଦି ଗାଡ଼ିଟି ନିର୍ଦ୍ଧାରିତ ଗତି ଠାରୁ ଅଧିକ ଥାଏ ତାହା ହେଲେ ଗାଡ଼ିର ଫଟୋ ଉତ୍ତୋଳନ କରିଥାଏ ଏହି ଲେଜର ଗନ କ୍ୟାମେରା । ପରବର୍ତ୍ତୀ ମୂହୁର୍ତ୍ତରେ ଉତ୍ତୋଳନ ହୋଇଥିବା ଫଟୋଟିରୁ ଗାଡ଼ିର ନମ୍ବର ବାହାର କରି ମାଲିକଙ୍କ ବିଷୟରେ ତଥ୍ୟ ସଂଗ୍ରହ କରି ଗାଡ଼ି ମାଲିକଙ୍କ ନିକଟକୁ ଚାଲାଣ ପଠାଯାଇଥାଏ । ଚାଲାଣ ପଠାଇବାର ଏକ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଗାଡ଼ି ମାଲିକଙ୍କୁ ପୋଲିସ ନିକଟରେ ଫାଇନ କଟାଯାଇଥିବା ମୂଲ୍ୟକୁ ପୈଠ କରିବାକୁ ପଡ଼ିଥାଏ ।

Related posts

ମହିଳାଙ୍କୁ ଧକ୍କା ଦେଇ ଓଲଟିଲା କାର, ମହିଳା ମୃତ

mahabharatanews

ଏପ୍ରିଲ ୨୦ ଓ ୨୧ରେ ହେବ Skill Conclave

mahabharatanews

ପଞ୍ଚାୟତ ରାଜ ଦିବସକୁ ବିଜେପି ବିରୋଧ

mahabharatanews

Leave a Comment