Uncategorized

ଏଲଏସି ସ୍ଥିତି ନେଇ ପ୍ରତିରକ୍ଷା ମନ୍ତ୍ରୀଙ୍କ ବିବୃତ୍ତି: ଭାରତ ଯେକୌଣସି ପଦକ୍ଷେପ ପାଇଁ ପ୍ରସ୍ତୁତ

(ନୂଆଦିଲ୍ଲୀ): ଭାରତ-ଚୀନ ସୀମା ବିବାଦକୁ ନେଇ ଲୋକସଭା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ରାଜ୍ୟସଭାରେ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ, ଭାରତ ଓ ଚୀନ ମଧ୍ୟରେ ପୂର୍ବ ଲଦାଖରେ ସ୍ଥିତି ଧୀରେ ଧୀରେ ଉତ୍ତେଜନାପୂର୍ଣ୍ଣ ହୋଇଛି । ଚୀନ୍ ଏଲଏସି (ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ)ରେ ବିଶ୍ବାସ କରେ ନାହିଁ ଏବଂ ସ୍ଥିତି ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଛି। ଚୀନ ଏଲଏସି ବାସ୍ତବିକ ସ୍ଥିତିର ଉଲଙ୍ଘନ କରୁଛି । ଦୁଇ ଦେଶ ମଧ୍ୟରେ ହୋଇଥିବା ରାଜିନାମାକୁ ଚୀନ୍ ଅଣଦେଖା କରୁଛି। ତେବେ ଭାରତୀୟ ଯବାନ ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜ୍ୟସଭାରେ କହିଛନ୍ତି । ଜୁନ ୧୫ରେ ଗଲୱାନ ଘାଟିରେ ହୋଇଥିବା ସଂଘର୍ଷରେ ଭାରତର ୨୦ ଜଣ ଯବାନ ଶହୀଦ ହୋଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୀମାରେ ପହଞ୍ଚି ଯବାନଙ୍କ ମନୋବଳ ବଢାଇଥିଲେ । ଏଲଏସିରେ ଶାନ୍ତିପୁର୍ଣ୍ଣ ସ୍ଥିତି ସୃଷ୍ଟି କରିବା ଲାଗି ଭାରତ ଉଦ୍ୟମ କରୁଛି । ଚୀନ ଯୋଗୁ ସେଠାରେ ଉତ୍ତେଜନା ବଢୁଥିବା ରାଜନାଥ କହିଛନ୍ତି । ଲଦାଖ ଅଞ୍ଚଳରେ ଚାଇନା ଭାରତର ୩୮ ହଜାର ବର୍ଗ କିଲୋମିଟର ଜମି ଉପରେ କବଜା କରିଛି । ସେହିପରି ଅରୂଣାଚଳ ପ୍ରଦେଶରେ ୯୦ ହଜାର ବର୍ଗ କିଲୋମିଟର ଜମି ଉପରେ ନିଜର ନିୟନ୍ତ୍ରଣ ଆଣିବା ପାଇଁ ଚୀନ ଉଦ୍ୟମ ଜରୁଛି । ଭାରତୀୟ ସେନା ସଞ୍ଜମତା ଆଚରଣ ପ୍ରଦର୍ଶନ କରୁଛି । କିନ୍ତୁ ଆବଶ୍ୟକ ପଡିଲେ ସେମାନେ ନିଜର ବୀରତ୍ୱର ପରିଚୟ ଦେବେ ବୋଲି ରାଜନାଥ କହିଛନ୍ତି । ସୀମା ବିବାଦ ସମ୍ପର୍କରେ ଗୃହର କେତେଜଣ ବରିଷ୍ଠ ସଦସ୍ୟଙ୍କୁ ଡାକି ବିବରଣୀ ପ୍ରଦାନ କରିବାକୁ ରାଜନାଥଙ୍କୁ ରାଜସଭା ବାଚସ୍ପତି ପରାମର୍ଶ ଦେଇଛନ୍ତି ।

Related posts

ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟ ସଙ୍କଟ ଘୋଷଣା କଲା ଡବ୍ଲୁଏଚଓ

mahabharatanews

ମାନବ ଚାଲାଣ ବନ୍ଦ କରିବା ସରକାରର ପ୍ରାଥମିକତା: ହେମନ୍ତ

mahabharatanews

ବରିଷ୍ଠ ଏନସିପି ନେତା ଡିପି ତ୍ରିପାଠୀଙ୍କ ପରଲୋକ

mahabharatanews