ମନୋରଞ୍ଜନ

ପୁଣି ପରଦାକୁ ଫେରୁଛି  ‘ରାମାୟଣ’

(ମୁମ୍ବାଇ) : ହିନ୍ଦୁମାନଙ୍କ ଆରାଧ୍ୟା ଦେବତା ଶ୍ରୀରାମଙ୍କ ଉପରେ ଆଧାରିତ ରାମାନନ୍ଦ ସାଗରଙ୍କ ଟେଲିଭିଜନ ସୋ’ ‘ରାମାୟଣ’ର ଲୋକପ୍ରିୟତା ଖୁବ ରହିଛି। ‘ରାମାୟଣ’କୁ ଆଜି ବି ଲୋକମାନେ ସେତିକି ଭଲ ପାଇବା ଦିଅନ୍ତି ଯେତିକି ୮୦ ଦଶକରେ ଦେଉଥିଲେ। ଏହାର କ୍ୟାପସନରେ ଲେଖାହୋଇଛି, ‘ଆସି ଯାଇଛନ୍ତି ପ୍ରଭୁ ଶ୍ରୀରାମ। ପୁଣିଥରେ ଆସିଯାଇଛି ଭାରତର ଲୋକପ୍ରିୟ ଧାରାବାହିକ ସୋ’ ‘ରାମାୟଣ’। ରାମାନନ୍ଦ ସାଗରଙ୍କ ‘ରାମାୟଣ’କୁ ପୁଣିଥରେ ଦୁରଦର୍ଶନ ନାସନାଲରେ ଖୁବଶୀଘ୍ର ଦେଖିବ‌ାକୁ ମିଳିବ।’

ସୂଚନାନୁଯାୟୀ , ୭୮ଟି ଅଧ୍ୟାୟ ବିଶିଷ୍ଟ ରାମାୟଣ ୧୯୮୭ରୁ ୧୯୮୮ ପର୍ଯ୍ୟନ୍ତ ପ୍ରଥମ ଥର ଟିଭିରେ ପ୍ରସାରିତ ହୋଇଥିଲା। ଏହି ଲୋକପ୍ରିୟ ଧାରାବାହିକକୁ ପୁଣିଥରେ ଦର୍ଶକ ଛୋଟପରଦାରେ ଦେଖିବାକୁ ପାଇବେ। ଏହାର ପ୍ରସାରଣ ଦୁରଦର୍ଶନର ନାସନାଲ ଚାନେଲରେ ହେବ। କିନ୍ତୁ ଏହା କେବେ ପ୍ରସାରଣ ହେବ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳି ପାରିନାହିଁ।

Related posts

ପରଲୋକରେ କଣ୍ଠଶିଳ୍ପୀ ସୁରିନ୍ଦର ସିନ୍ଦା

mahabharatanews

ଇସ୍ରାଏଲରୁ ଫେରି ଭାବପ୍ରବଣ ଭିଡିଓ ସେୟାର କଲେ ଅଭିନେତ୍ରୀ ନୁଶରତ

mahabharatanews

ଇଶା ଦେଓଲଙ୍କ ଲିପ୍ ସର୍ଜରୀ

mahabharatanews