ଓଡିଶା

ରସିକିଆ ନକଲି ଡାକ୍ତରକୁ ୫ଦିନିଆ ରିମାଣ୍ଡରେ ନେବ କମିଶନରେଟ ପୁଲିସ

(ଭୁବନେଶ୍ୱର) : ଆଜିଠୁ ୫ଦିନି‌ଆ ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁକୁ ରିମାଣ୍ଡରେ ନେବ କମିଶନରେଟ ପୁଲିସ। ତୃତୀୟ ଥର ପାଇଁ ରିମାଣ୍ଡରେ ନେଇ ଅଧିକ ଗୁମର ଖୋଲିପାରେ ପୁଲିସ। ରମେଶଙ୍କୁ ରିମାଣ୍ଡରେ ନେବା ଲାଗି କୋର୍ଟ ଅନୁମତି ଦେଇଛନ୍ତି। ଏହାସହ ତାର ପଲିଗ୍ରାଫ୍ ଟେଷ୍ଟ ହେବ ବୋଲି ସୂଚନା ମିଳିଛି ।

ସୂଚନାନୁଯାୟୀ , ରମେଶଙ୍କୁ ୭ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିବାକୁ ଭୁବନେଶ୍ୱର ମହିଳା ଥାନା ପକ୍ଷରୁ ଆବେଦନ କରାଯାଇଥିଲା। ହେଲେ କୋର୍ଟ ୫ ଦିନ ପାଇଁ ରିମାଣ୍ଡ ଅନୁମତି ଦେଇଥିଲେ। ଗୌହାଟୀର ଜଣେ ମହିଳା ଡାକ୍ତରଙ୍କୁ ବିବାହ ନାଁରେ ଠକେଇ ଅଭିଯୋଗ ମାମଲାରେ ମହିଳା ଥାନା ପୁଲିସ ତାଙ୍କୁ ଜେରା କରିବ।

 

 

Related posts

ଛେରାପହଁରା କାର୍ଯ୍ୟ ଶେଷ ପରେ ରଥ ଟଣା ଆରମ୍ଭ

mahabharatanews

ମୃତ ଶିଶୁ ଜନ୍ମକୁ ନେଇ ହସ୍ପିଟାଲରେ ଉତ୍ତେଜନା

mahabharatanews

ଆଜି ଆଉ ୨୦୩ କରୋନା ଆକ୍ରାନ୍ତ ସୁସ୍ଥ, ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୫୭୦୫କୁ ବୃଦ୍ଧି

mahabharatanews