ନୂଆଦିଲ୍ଲୀ: କରୋନାର ବ୍ୟାପକତାକୁ ନେଇ ସାରା ବିଶ୍ୱ ଆତଙ୍କିତ । ତେଣୁ ବର୍ତ୍ତମାନ ସାରା ବିଶ୍ୱରେ ଏକ ପ୍ରକାର କଟକଣା ଜାରି ହୋଇଛି । ଦେଶଦେଶ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । କାରଣ ଏକମାତ୍ର ସାମାଜି ଦୂରତ୍ୱ ଏହି ରୋଗ ସଂକ୍ରମଣକୁ ରୋକିବାରେ ସାହାଯ୍ୟ କରିବ । କିନ୍ତୁ ଆଜିଠାରୁ ଆରମ୍ଭ ହୋଇଥିବା ମୁସଲମାନଙ୍କ ରମଜାନ ଇଣ୍ଡୋନେସିଆ ଓ ପାକିସ୍ତାନରେ ସ୍ଥିତିକୁ ଗମ୍ଭୀର କରିଦେବା ପରି ମନେ ହେଉଛି । ଉଭୟ ଦେଶରେ ମୁସଲିମମାନେ ଲକଡାଉନର ନିୟମ ଭାଙ୍ଗି ମସଜିଦ ଖୋଲି ପ୍ରାର୍ଥନା ଆରମ୍ଭ କରିଦେଇଛନ୍ତି । ଇଣ୍ଡୋନେସିଆର ଆଚେ ପ୍ରଦେଶରେ ଶତାଧିକ ଲୋକ ମସ୍ଜିଦରେ ପହଞ୍ଚି ନମାଜ ପାଠକରିଛନ୍ତି । ନମାଜ ପାଠପାଇଁ ଯାଇଥିବା ଲୋକଙ୍କ ମଧ୍ୟରୁ ଅଧିକାଂଶ ମାସ୍କ ପିନ୍ଧିଥିଲେ ମଧ୍ୟ ସେଠାରେ ସାମାଜିକ ଦୂରତାକୁ ଅଣଦେଖା କରାଯାଇଥିଲା । ସାରା ବିଶ୍ୱରେ ଲକଡାଉନ କାରଣରୁ ରମଜାନରେ ମସଜିଦରେ ନମାଜ ପାଠ ନ କରିବା ପାଇଁ କୁହାଯାଇଛି । ବନ୍ଧୁ ଏବଂ ସମ୍ପର୍କୀୟମାନଙ୍କ ସହିତ ଇଫତାର ପାଇଁ ମଧ୍ୟ ମନା କରାଯାଇଛି । ମାଲେସିଆ, ବାଂଲାଦେଶ ଏବଂ ପାକିସ୍ଥାନର ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଇସଲାମିକ ସମାବେଶ ତଥା ରମଜାନର କିଛି କାର୍ୟ୍ୟକଳାପ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିବେଦନ କରିଛନ୍ତି ।
previous post
next post