ଓଡିଶା

ଡାକ୍ତରଙ୍କୁ ଦୁର୍ବ୍ୟବହାରକାରୀ ସରପଞ୍ଚ ଗିରଫ

(ତାରାକାନ୍ତ ନାୟକ/ସାଲେପୁର ): ମାନ୍ୟବର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ଯେ କୌଣସି ବ୍ୟକ୍ତି ଯଦି କାର୍ୟ୍ୟରତ ଡାକ୍ତରଙ୍କୁ ଦୁର୍ବ୍ୟବହାର କରେ ଏହାକୁ ଗୁରୁତର ଭାବେ ନେବା ସହିତ ବିଭିନ୍ନ ମାମଲା ସହ ଘଝଇ ରେ ବୁକ କରାଯିବ। ହେଲେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକୁ ୨୪ଘଣ୍ଟା ନ ପୁରୁଣୁ ସରକାରୀ ଡାକ୍ତରାଣୀଙ୍କୁ ଅଶାଳୀନ ଗାଳିଗୁଲଜ ଓ ଦୁର୍ବ୍ୟବହାର କରି ସରପଞ୍ଚ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି ।

ଏମିତି ଏକ ଘଟରା ଘଟିଛି କଟକ ଜିଲ୍ଲା ନେମାଳ ଥାନା ନଗସପୁର ପଂଚାୟତରେ । ସରପଞ୍ଚ ସୁଧାଂଶୁ ଶେଖର ଭୂୟାଁ ଗତକାଲି ନଗସପୁର ସରକାରୀ ଡାକ୍ତରାଣୀ ଅଜନ୍ତା ମହାନ୍ତିଙ୍କୁ ମେଡିକାଲ ପରିସରରେ ଅଶାଳୀନ ବ୍ୟବହାର ସହ ଗାଳିଗୁଲଜ କରିଥିବା ନେମାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହା ସହିତ ସେ ବ୍ଲକ ଗୋଷ୍ଠି ସ୍ୱାସ୍ତ୍ୟକେନ୍ଦ୍ର ଅଧିକାରୀଙ୍କୁ ମଧ୍ୟ ଅବଗତ କରାଇଥିଲେ। ଥାନା ଅଧିକାରୀ ୪୭/୨୦୨୦ରେ ମାମଲାଟି ରୁଜ୍ଜୁ କରି ବିଭିନ୍ନ ଦଫା ରେ କେସ କରି ସରପଞ୍ଚ କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକୁ ୨୪ଘଣ୍ଟା ନ ପୁରୁଣୁ ଏଭଳି ଘଟଣା ରେ ନେମାଳ ପୋଲିସ ର କାର୍ୟ୍ୟାନୁଷ୍ଠାନ କର୍ତବ୍ୟରତ ଡାକ୍ତରଙ୍କୁ ନିଶ୍ଚିତ ଆଶ୍ୱସ୍ତି ଆଣିବ।

Related posts

ରାସ୍ତାଘାଟରୁ ହଟିବେ ଶିଶୁ ଭିକ୍ଷୁକ: ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ନିର୍ଦ୍ଦେଶ

mahabharatanews

4 ଲକ୍ଷ 27 ହଜାର 487 କ୍ଷତିଗ୍ରସ୍ତ ଫେରି ପାଇଲେଣି ଚିଟଫଣ୍ଡ ଟଙ୍କା

mahabharatanews

୩୧ ଯାଏ ବିଧାନସଭାକୁ ବନ୍ଦ ଘୋଷଣା କଲେ ବାଚସ୍ପତି

mahabharatanews