ମନୋରଞ୍ଜନ

ପରଦାରେ ନଜର ଆସିବେ ବଲିଉଡ୍‌ର ଶ୍ରଦ୍ଧା କପୁର ଓ ରଣବୀର କପୁର

(ମୁମ୍ବାଇ) : ଖୁବ ଶୀଘ୍ର ଗୋଟିଏ ପରଦାରେ ନଜର ଆସିବେ ବଲିଉଡ୍‌ର ଶ୍ରଦ୍ଧା କପୁର ଓ ରଣବୀର କପୁର । ତେବେ ଏପର୍ଯ୍ୟନ୍ତ ଉଭୟଙ୍କୁ ଏକସଙ୍ଗେ ପରଦାରେ ଦେଖିବାକୁ ମିଳିନାହିଁ । ଉଭୟଙ୍କୁ ପରଦାରେ ଏକାଠି ଦେଖିବାକୁ ବେଶ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଦର୍ଶକ । ନବବିବାହିତ ଫିଲ୍ମମେକର୍‌ ଲଭ୍‌ ରଞ୍ଜନ ଘୋଷଣା କରିଛନ୍ତି, ତାଙ୍କର ଏକ ଫିଲ୍ମ ଆସନ୍ତା ବର୍ଷ ମାର୍ଚ୍ଚ ୮ ତାରିଖ ଅର୍ଥାତ ହୋଲି ଅବସରରେ ମୁକ୍ତିଲାଭ କରିବ ।

ସୂଚନାନୁଯାୟୀ , ଲଭ୍‌ ରଞ୍ଜନ ଓ ଅଙ୍କୁର ଗର୍ଗ ଏହାର ପ୍ରଯୋଜନା ଦାୟିତ୍ୱ ହାତକୁ ନେଇଛନ୍ତି । ଏହା ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ ଶ୍ରଦ୍ଧା ନିଜର ଏକ ଅପ୍‌କମିଙ୍ଗ ଫିଲ୍ମର ସୁଟିଂ ଆରମ୍ଭ କରିଛନ୍ତି । ଏହି ସମୟରେ ସେ ଏକାଧିକ ଫିଲ୍ମର ସୁଟିଂରେ ବ୍ୟସ୍ତ ଥିଲେ ।

Related posts

ଦର୍ଶକଙ୍କୁ ପସନ୍ଦ ଆସୁଛି ରକି ଔର୍‌ ରାନୀ କି ପ୍ରେମ୍‌ କାହାନୀ’ 

mahabharatanews

୧୯ରେ ଆଖୁ ବୁଜିଲେ ଅଭିନେତ୍ରୀ ସୁହାନୀ

mahabharatanews

୬୦ ବର୍ଷରେ ଦ୍ୱିତୀୟ ବିବାହ କଲେ ଆଶିଷ ବିଦ୍ୟାର୍ଥୀ

mahabharatanews