ଭାରତ

ଆଜି ଯୋଗୀଙ୍କ ଭାଗ୍ୟ ପରୀକ୍ଷା

(ଉତ୍ତର ପ୍ରଦେଶ) : ଆଜି ଉତ୍ତର ପ୍ରଦେଶରେ ୬ଷ୍ଠ ପର୍ଯ୍ୟାୟ ନିର୍ବାଚନ। ଏହି ପର୍ଯ୍ୟାୟରେ ରାଜ୍ୟର ପ୍ରାୟ ୧୦ଟି ଜିଲ୍ଲାରେ ଥିବା ୫୭ଟି ଆସନ ପାଇଁ ମତଦାନ ଆରମ୍ଭ ହୋଇଛି। ସକାଳ ୭ଟାରୁ ଲୋକମାନେ ଭୋଟ ଦେବାକୁ ଧାଡ଼ିରେ ଛିଡ଼ା ହୋଇଥିବା ଦୃଶ୍ୟ ଦେଖିବାକୁ ମିଳିଛି। ୬ଷ୍ଠ ପର୍ଯ୍ୟାୟରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଲୋକେ। କାରଣ ଆଜି ଅନୁଷ୍ଠିତ ହେଉଥିବା ୫୭ଟି ଆସନ ମଧ୍ୟରେ ଗୋରଖପୁର ମଧ୍ୟ ରହିଛି। ଯୋଗୀ ଆଦିତ୍ୟନାଥ ପ୍ରଥମଥର ପାଇଁ କୌଣସି ବିଧାନସଭା ନିର୍ବାଚନରେ ଲଢ଼େଇ କରୁଛନ୍ତି।

ସୂଚନାନୁଯାୟୀ , ବିଜେପି ତାଙ୍କୁ ଗୋରଖପୁର ଆସନରୁ ପ୍ରାର୍ଥୀ କରିଥିଲା। ଏହା ତାଙ୍କ ଗଡ଼ ଭାବେ ପରିଚିତ। ଯୋଗୀଙ୍କ ବ୍ୟତୀତ ଏକାଧିକ ବରିଷ୍ଠ ମନ୍ତ୍ରୀ ଓ ହେଭିୱେଟଙ୍କ ଭାଗ୍ୟ ମଧ୍ୟ ଆଜି ଭୋଟ ପରେ ଇଭିଏମରେ ସିଲ୍ ହୋଇଯିବ। ଏଥର ଯୋଗୀଙ୍କୁ ଟକ୍କର ଦେବାକୁ ସମାଜବାଦୀ ପାର୍ଟି ପକ୍ଷରୁ ଉପେନ୍ଦ୍ର ଦତ୍ତ ଶୁକ୍ଳାଙ୍କ ପତ୍ନୀ ପ୍ରାର୍ଥୀ କରାଯାଇଛି।

Related posts

ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୩,୧୬୬ ଆକ୍ରାନ୍ତ ଚିହ୍ନଟ ଓ ୩୦୨ ଜଣ ମୃତ

mahabharatanews

ବଢ଼ିଲା କୁଲିଙ୍କ ମଜୁରୀ 

mahabharatanews

ମଣିପୁର ହିଂସା; ଆତଙ୍କବାଦୀଙ୍କ ଗୁଳିରେ ୩ନିହତ

mahabharatanews