ଭାରତମନୋରଞ୍ଜନ

ଆଲିଆ ନୁହେଁ ଏହି କ୍ରିକେଟରଙ୍କ ପତ୍ନୀଙ୍କୁ ବିବାହ କରିବାକୁ ଚାହୁଥିଲେ

ମୁମ୍ଵାଇ : ନିର୍ମାତା କରଣ ଜୋହର ବର୍ତ୍ତମାନ ତାଙ୍କ ଚାଟ୍ ସୋ ‘କଫି ୱିଥ୍ କରଣ’ ପାଇଁ ଚର୍ଚ୍ଚାରେ ଅଛନ୍ତି । ଏହି ଶୋ’ରେ କରଣ ସେଲିବ୍ରିଟିମାନଙ୍କ ସହିତ ସେମାନଙ୍କର ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ବିଷୟରେ ଖୋଲାଖୋଲି ଭାବରେ କଥାବାର୍ତ୍ତା କରନ୍ତି। ଏହି ସମୟ ମଧ୍ୟରେ, ତାରାମାନେ ପ୍ରାୟତଃ ଏପରି ଅନେକ କଥା କୁହନ୍ତି। ଯାହା ଦର୍ଶକମାନେ ଶୁଣି ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ଶୋ’ର ପୂର୍ବ ସିଜିନ୍‌ ଗୁଡିକର ଅନେକ କ୍ଲିପ୍ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଏହାରି ଭିତରେ ରଣବୀର କପୁରଙ୍କ ଏକ ଥ୍ରୋବ୍ୟାକ୍ ଭିଡିଓ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ସେ ତାଙ୍କ ବିବାହ ବିଷୟରେ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଛି ।

ଏହି କ୍ଲିପ୍‌ରେ ଦେଖିବାକୁ ମିଳେ ଯେ ରଣବୀର କପୁର ଏବଂ ରଣବୀର ସିଂ ‘କଫି ୱିଥ୍‌ କରଣ’ର ସେଟରେ ଅଛନ୍ତି। ରାପିଡ୍‌ ରାଉଣ୍ଡରେ କରଣ ରଣବୀରଙ୍କୁ ଅନେକ ପ୍ରଶ୍ନ ପଚାରୁଛନ୍ତି। ଏହି ସମୟରେ କରଣ ତାଙ୍କୁ ପଚାରିଥିଲେ ଯେ ଆଲିଆ, ଜ୍ୟାକଲିନ ଏବଂ ଅନୁଷ୍କା ଶର୍ମାଙ୍କ ମଧ୍ୟରେ କାହାକୁ କିଲ୍‌, ମ୍ୟାରି , ହୁକଅପ୍ ମାରିବାକୁ ଚାହୁଁଛନ୍ତି? ଏହାର ଜବାବରେ ରଣବୀର କହିଛନ୍ତି ଯେ ସେ ଅନୁଷ୍କାଙ୍କୁ ବିବାହ କରିବାକୁ ଚାହାଁନ୍ତି, କିନ୍ତୁ ତାଙ୍କ ଜୀବନରେ ବହୁତ ଖୁସି ଥିବାବେଳେ ସେ ଅନ୍ୟ ଦୁଇ ଅଭିନେତ୍ରୀଙ୍କ ସହ ହୁକ୍ଅପ କରିବାକୁ ଚାହୁଁଛନ୍ତି, କିନ୍ତୁ ବିବାହ କରିବାକୁ ଚାହୁଁନାହାଁନ୍ତି।

ସୂଚନାଯୋଗ୍ୟ ଯେ ରଣବୀର କପୁର ଆଲିଆ ଭଟ୍ଟଙ୍କୁ ଦୀର୍ଘ ସମୟ ଧରି ଡେଟ କରିବା ପରେ ଏପ୍ରିଲ ୧୪ ୨୦୨୨ରେ ବିବାହ କରିଥିଲେ। ଯାହା ଏକ ବ୍ୟକ୍ତିଗତ ସମାରୋହ ଥିଲା। ଏହି ଅବସରରେ କେବଳ ଉଭୟ ପକ୍ଷର ପରିବାର ସଦସ୍ୟଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା। ବର୍ତ୍ତମାନ ଦୁହେଁ ଏକ କନ୍ୟା ସନ୍ତାନର ମାତା ପିତା ଅଟନ୍ତି।

Related posts

 ୧୪ରୁ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ 

mahabharatanews

ପରଲୋକରେ ଲୋକପ୍ରିୟ ହାସ୍ୟାଭିନେତା ଆରଏସ ଶିବାଜୀ 

mahabharatanews

ଶେଷ ପର୍ଯ୍ୟାୟରେ ‘ଚନ୍ଦ୍ରୟାନ-୩’ର ଉତ୍‌‌କ୍ଷେପଣ 

mahabharatanews