ଭାରତ

ସେପ୍ଟେମ୍ବର ୧୭ ଯାଏଁ ଖୋଲା ଅମୃତ ଉଦ୍ୟାନ

(ଦିଲ୍ଲୀ) : ଜନତାଙ୍କ ବେଶ ମନମୋହୁଛି ଅମୃତ ଉଦ୍ୟାନ ଅଗଷ୍ଟ ୧୬ରୁ ଖୋଲିଥିବା ରାଷ୍ଟ୍ରିପତି ଭବନର ଅମୃତ ଉଦ୍ୟାନ ସେପ୍ଟେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ଅର୍ଥାତ୍ ଏକ ମାସ ଧରି ସର୍ବସାଧାରଣଙ୍କ ପାଇଁ ଖୋଲାଯିବ । ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଅମୃତ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲାରହିବ । ଅଗଷ୍ଟ ୧୬ରେ ଉଦ୍ୟାନ ଉତ୍ସବ-୨ କୁ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ବିଧିବଦ୍ଧ ଭାବେ ଉଦଘାଟନ କରିଛନ୍ତି ।

ସୂଚନାନୁଯାୟୀ ,  ଅଗଷ୍ଟ ୭ ତାରିଖରୁ ଅନଲାଇନ ବୁକିଂ ଆରମ୍ଭ ହୋଇଯାଇଛି । ତେବେ ଚାଲନ୍ତୁ ଜାଣିବା ଉଦ୍ୟାନ ଖୋଲିବା ସମୟ । ସେହିପରି ସେପ୍ଚେମ୍ବର ୫ ତାରିଖ ଶିକ୍ଷକ ଦିବସ ଅବସରରେ କେବଳ ଶିକ୍ଷକମାନଙ୍କ ପାଇଁ ରାଷ୍ଟ୍ରିପତି ଭବନର ଅମୃତ ଉଦ୍ୟାନ ଖୋଲାଯିବା ନେଇ ସୂଚନା ରହିଛି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଭବନ ସର୍ବସାଧାରଣଙ୍କ ପାଇଁ ବର୍ଷକୁ ଦୁଇ ଥର ଖୋଲାଯିବ ।

Related posts

ପରଲୋକରେ ସ୍ୱତନ୍ତ୍ର ସୁରକ୍ଷା ମୁଖ୍ୟ ଅରୁଣ କୁମାର ସିହ୍ନା

mahabharatanews

ହୁ ହୁ ହୋଇ ଜଳିଗଲା ସୁପରଫାଷ୍ଟ ଏକ୍ସପ୍ରେସର ୩ବଗି

mahabharatanews

ବଦ୍ରିନାଥ ଓ କେଦାରନାଥ ଧାମରେ ଅମ୍ବାନୀ ପରିବାର

mahabharatanews