ଓଡିଶା

ରଥଯାତ୍ରା : ପୁରୀକୁ ଗଡିବ ୨୧୦ ସ୍ଵତନ୍ତ୍ର ଟ୍ରେନ୍

(ପୁରୀ) : ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଆଉ ମାତ୍ର କେଇଟା ଦିନ ରହିଲା  । ଏଥି ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି ।  ଏଥିରେ ଶୃଙ୍ଖଳିତ ନୀତି, ଜନଗହଳି ନିୟନ୍ତ୍ରଣ, ବିଭିନ୍ନ ବିଭାଗର ସେବା, ସ୍ୱାସ୍ଥ୍ୟ, ରଥ ନିର୍ମାଣ ଭଳି ୨୧  ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ରଥଯାତ୍ରା ପାଇଁ ଦ୍ୱିତୀୟ ସମନ୍ୱୟ ବୈଠକ ଏହା ସହିତ ରଥଯାତ୍ରା ସମୟରେ ଭକ୍ତଙ୍କ ସମାଗମ ପାଇଁ ପୁରୀକୁ ୨୧୦ ସ୍ଵତନ୍ତ୍ର ଟ୍ରେନ୍ ଚଳାଚଳ କରିବ । ଗୁଜରାଟର ଅହମଦାବାଦରୁ ୩୦୦୦  ମିଟର ରଥ କନା ଆସିଛି   ୨୦୦ କେଜି ଝୁଣା ମହଜୁଦ୍ ଅଛି ବୋଲି  ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ।

ସୂଚନାନୁଯାୟୀ ,  ନିରବଚ୍ଛିନ୍ନ ବିଦ୍ୟୁତ୍ ଓ ପାନୀୟ ଜଳ ଯୋଗାଣ ଉପରେ ବିଶେଷ ଗୁରୁତ୍ଵ ଦିଆଯାଇଛି । ରଥଯାତ୍ରା ସମୟରେ ଶ୍ରୀମନ୍ଦିର ଭିତରେ ଓ ବାହାରେ, ରଥ କର୍ଡନ, ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା, ଭିଭିଆଇପିଙ୍କ ସୁରକ୍ଷା ସହ ସମନ୍ୱିତ ପୋଲିସ କଣ୍ଟ୍ରୋଲ ରୁମ୍ କାର୍ଯ୍ୟ କରିବ ବୋଲି କହିଛନ୍ତି ଅତିରିକ୍ତ ଡିଜି ।

Related posts

କୌଣସି ବିଷୟର ଚାହିଦା ନ ଥିଲେ ଅନ୍ୟ ଚାହିଦା ଥିବା ବିଷୟର ସିଟ ବୃଦ୍ଧି କରାଯାଇ ପାରିବ

mahabharatanews

ମାଟ୍ରିକ ଖାତା ଦେଖା ନେଇ ୩ ଦିନରେ ନିଷ୍ପତ୍ତି: ଗଣଶିକ୍ଷା ମନ୍ତ୍ରୀ

mahabharatanews

କବାଟ ଭାଙ୍ଗି ଲୁଟିନେଲେ

mahabharatanews