Uncategorized

ମାୟାନଗରୀକୁ ରେଡ ଆଲର୍ଟ

ମୁମ୍ବାଇ(ମହାଭାରତ ଲାଇଭ): ମାୟାନଗରୀ ମୁମ୍ବାଇକୁ ରେଡ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ବିଭାଗର ଆଞ୍ଚଳିକ କେନ୍ଦ୍ର ମୁମ୍ବାଇରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି । ଏହା ପୂର୍ବରୁ ପାଣିପାଗ ବିଭାଗ ଏହାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିଲା କିନ୍ତୁ ଅନୁକୂଳ ସମସାମୟିକ ଅବସ୍ଥା ଯୋଗୁଁ ଆଜି ଏହାକୁ ରେଡ ଆଲର୍ଟରେ ପରିବର୍ତ୍ତନ ହୋଇଛି । ଏ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ମୁଖ୍ୟ ଡକ୍ଟର ଜୟନ୍ତ ସରକାର କହିଛନ୍ତି ।
ଆଜି ଏବଂ ଆଗାମୀ କିଛି ଦିନ ମଧ୍ୟରେ ମୁମ୍ବାଇରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଦକ୍ଷିଣ ଗୁଜୁରାଟ ଉପକୂଳରୁ କର୍ଣ୍ଣାଟକ ଉପକୂଳ ପର୍ଯ୍ୟନ୍ତ ନିମ୍ନ ଚାପ ଅଞ୍ଚଳରୁ ବର୍ଷାର ତୀବ୍ରତା ବଢିବ ବୋଲି ଅନୁମାନ କରାଯାଉଛି । ଗତ ଦୁଇ ଦିନ ସାରା ରାଜ୍ୟରେ ବର୍ଷା ଲାଗି ରହିଛି । ଲଗାତାର ବର୍ଷାକୁ ଦୃଷ୍ଟିରେ ରଖି ଜରୁରୀକାଳୀନ ପରିସ୍ଥିତି ନ ହେଲେ ଘରୁ ନ ବାହାରିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଛି ବିଏମସି । କେତେକ ସ୍ଥାନରେ ଅତ୍ୟଧିକ ବର୍ଷା ତଥା ପବନର ବେଗ ଘଣ୍ଟା ପ୍ରତି ୪୫-୫୦ କିଲୋମିଟରରୁ ୬୦ କିମି ହୋଇପାରେ ବୋଲି ଆଶଙ୍କା ରହିଛି ।

Related posts

ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ଗରମ ମସଲା

mahabharatanews

ଦିଲ୍ଲୀ ହିଂସାର ସପ୍ତାହ ପରେ ସ୍ଥିତି ସ୍ୱାଭାବିକ ହେଉଛି

mahabharatanews

ଲଦାଖ ସୀମାରେ ଉତ୍ତେଜନା: ଉଭୟ ସେନା ମୁହଁମୁହିଁ ଛିଠାହୋଇଛନ୍ତି

mahabharatanews