ଓଡିଶା

ଏଣିକି ବିନା ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍‌ ଫ୍ଲେଟରେ ରାସ୍ତାରେ ଗଡ଼ିନି ଗାଡି

ଭୁବନେଶ୍ବର: ଏଣିକି ରାସ୍ତାରେ ଗଡ଼ିପାରିବ ନାହିଁ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍‌ ଫ୍ଲେଟ୍‌ ନ ଥିବା ଗାଡି । ଏବେ ଆଉ ପୁରୁଣା ନମ୍ବର ପ୍ଲେଟ୍‌ ଚଳିବ ନାହିଁ। ନୂଆ ହେଉକି ପୁରୁଣା ସବୁ ଗାଡ଼ିରେ ଏହି ପ୍ଲେଟ ଲଗାଇବା ବାଧ୍ୟତାମୂଳକ । ଏ ନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ପରିବହନ କର୍ତ୍ତୃପକ୍ଷ । ୨୦୧୯ ଏପ୍ରିଲ ପୂର୍ବରୁ ପଞ୍ଜିକୃତ ହୋଇଥିବା ଗାଡି ପାଇଁ ଟାଇମ ଲାଇନ ସ୍ଥିର କରାଯାଇଛି ।

ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ରାଜ୍ୟର ସମସ୍ତ ଗାଡ଼ିରେ ଏହି ନୂଆ ନମ୍ବର ପ୍ଲେଟ୍‌ ଲଗାଇବାକୁ କଡ଼ା ନି‌ର୍ଦେଶ ରହିଛି।ନୂଆ ପ୍ଲେଟ ଲଗାଇବା ପାଇଁ ଗାଡି ମାଲିକଙ୍କୁ ତିନି ମାସ ସମୟ ଦିଆଯିବ । ନିର୍ଦ୍ଧାରିତ ସମୟରେ ପ୍ଲେଟ ନ ଲଗାଇଲେ ୫ ହଜାରରୁ ୧୦ ହଜାର ପର୍ଯ୍ୟନ୍ତ ଜରିମାନା ଗଣିବାକୁ ପଡିବ ।

Related posts

ସ୍ପୀଡ ବୋଟରେ ମହିଳାଙ୍କ ମୃତ୍ୟୁ

mahabharatanews

ବନ ବିଭାଗ କର୍ମଚାରୀଙ୍କୁ ତାଲା ପକାଇଲେ ଚାଷୀ

mahabharatanews

କ୍ୱାରେଣ୍ଟାଇନରେ ଜଟଣୀ ଥାନାର ୨୦

mahabharatanews