Uncategorized

୨ ଟ୍ରକ ଧକ୍କା: ୨୩ ପ୍ରବାସୀ ଶ୍ରମିକ ମୃତ: ୨୦ ଗୁରୁତର

ଉତ୍ତରପ୍ରଦେଶ: ଲକଡାଉନ ପାଇଁ ପ୍ରବାସୀ ଶ୍ରମିକଙ୍କ ଘରବାହୁଡା ଜାରି ରହିଛି । କିନ୍ତୁ ଦୁର୍ଭାଗ୍ୟ, ବିଭିନ୍ନ ସ୍ଥାନରେ ସଡକ ଦୁର୍ଘଟଣାରେ ଶ୍ରମିକ ମୃତ୍ୟୁବରଣ କରୁଛନ୍ତି । ଏମିତି ଏକ ଭୟଙ୍କର ସଡକ ଦୁର୍ଘଟଣାରେ ୨୩ ଜଣ ଶ୍ରମିକ ମୃତ୍ୟୁବରଣ କରିଛନ୍ତି ଓ ୨୦ ଜଣ ଗୁରୁତର ଆହତ ହୋଇଛନ୍ତି । ଶନିବାର ସକାଳୁ ଉତ୍ତରପ୍ରଦେଶର ଔରେୟାଠାରେ ଏହି ଦୁର୍ଘଟଣା ଘଟିଛି । ପ୍ରବାସୀ ଶ୍ରମିକ ଭର୍ତ୍ତି ହୋଇଥିବା ଏକ ଡିସିଏମକୁ ଏକ ଟ୍ରକ୍ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ୟ୍ୟ ଜାରି ରହିଛି । ଆହତମାନଙ୍କୁ ଜିଲ୍ଲା ଡାକ୍ତରଖାନା ଏବଂ ସୈଫଇ ପିଜିଆଇକୁ ପଠାଯାଇଛି । ଜିଲ୍ଲା ପ୍ରଶାସନ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ଗତକାଲି ମଧ୍ୟପ୍ରଦେଶର ଗୁନାରେ ଘଟିଥିବା ଏକ ଭୟଙ୍କର ସଡକ ଦୁର୍ଘଟଣା ପରେ ପରେ
ସୂଚନାଅନୁସାରେ ଶ୍ରମିକମାନେ ଏକ ଟ୍ରକ୍‌ରେ ରାଜସ୍ଥାନରୁ ଉତ୍ତରପ୍ରଦେଶ ଫେରୁଥିଲେ । ଲକ୍ଷ୍ମୗ-ଆଗ୍ରା ଜାତୀୟ ରାଜପଥରେ ଏକ ମାଲବାହୀ ଟ୍ରକ ସହ ଶ୍ରମିକମାନେ ଯାଉଥିବା ଟ୍ରକ୍‌ଟି ମୁହୁଁମୁହିଁ ଧକ୍କା ହୋଇଥିଲା । ଟ୍ରକ୍‌ରେ ଥିବା ଶ୍ରମିକଙ୍କ ମଧ୍ୟରୁ ୨୩ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

Related posts

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କୁ କରୋନା

mahabharatanews

କୁଲଭୂଷଣଙ୍କୁ ପକ୍ଷ ରଖିବାକୁ ଦେବ ସୁଯୋଗ ପାକ

mahabharatanews

ଦିଲ୍ଲୀ ବିଧାନସଭା ନିର୍ବାଚନ: ରାଷ୍ଟ୍ରପତିଙ୍କ ସମେତ ବରିଷ୍ଠ ନେତାଙ୍କ ମତଦାନ ସାବ୍ୟସ୍ତ

mahabharatanews