ଓଡିଶାଦୁର୍ଘଟଣା

ସଡ଼କ ଦୁର୍ଘଟଣାରେ ଚାଲିଗଲା ଜୀବନ

ରାୟଗଡା/ ରବିନ୍ଦ୍ର କୁମାର ସାହୁ : ବାଟରେ ଜଗିରହିଥିଲା କାଳ । କିଏବା ଜାଣିବ ଅକାଳରେ ଅଧାବାଟରେ ଏମିତି ହାତଧରି ଡାକି ନେବ ଯମ ବୋଲି । ଏମିତି ଘଟଣା ଦେଖିବା କୁ ମିଳିଛି ରାୟଗଡା ଜିଲ୍ଲା ଫୋରେଷ୍ଟ ପାର୍କ ଛକ ନିକଟରେ । ଗ୍ୟାରେଜରୁ କାମ ସାରି ଘରକୁ ଫେରୁଥିବା ସମୟରେ ଅଚାନକ ଟ୍ରକ୍ ମାଡି ଚାଲିଗଲା ଜୀବନ । ଯୁବକ ଜଣଙ୍କ ହେଲେ ସି.ଏଚ ଗୋବିନ୍ଦ। ତାଙ୍କୁ ବୟଷ ୩୦ ହୋଇଥିଲା । ମୃତ ଗୋବିନ୍ଦଙ୍କ ଘର ଅଞ୍ଜିପେଟା ବୋଲି ଜଣାପଡ଼ିଛି।
ସୁଚନା ମୁତାବକ , ଗୋବିନ୍ଦ ଭାକୁରୁଗୁଡା ସ୍ଥିତ ଗ୍ୟାରେଜରୁ କାମ ସାରି ଘରକୁ ଫେରୁଥିଲେ। ଏହି ସମୟରେ ଫରେଷ୍ଟ ପାର୍କ ଛକ ନିକଟରେ ଏକ ଟ୍ରକ୍ ତାଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରିବାର ଲୋକେ ଓ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ରାତି ସାରା ରାସ୍ତାରେ ବସି ରହିଥିଲେ। ରାୟଗଡ଼ା ଏସ୍ପି ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା କରିବା ପରେ ରାସ୍ତା ଖାଲି କରିଥିଲେ ପରିବାର ଓ ଗ୍ରାମବାସି । ରାସ୍ତ।ରୋକ ଫଳରେ ୩୨୬ ନମ୍ବର ଜାତୀୟ ରାଜପଥର ଯାତାୟ।ତ ବାଧାପ୍ରାପ୍ତ ହୋଇଥିଲା।

Related posts

ଗଣେଶ ମୂର୍ତ୍ତି ଭସାଣୀରେ ଦୁଇ ସାହି  ମଧ୍ୟରେ ଗଣ୍ଡଗୋଳ

mahabharatanews

ଜଣେ ଶିକ୍ଷକରେ ଚାଲିଛି ୫ଟି ଶ୍ରେଣୀ

mahabharatanews

ଝୁଲନ୍ତା ମୃତଦେହ ଉଦ୍ଧାର

mahabharatanews