Uncategorized

୨୦୨୫ ସୁଦ୍ଧା ଭାରତକୁ ମିଳିବ ଏସ-୪୦୦ ମିସାଇଲ

(ନୂଆଦିଲ୍ଲୀ): ଭାରତକୁ ୨୦୨୫ ସୁଦ୍ଧା ଋଷ ସମସ୍ତ ଏସ-୪୦୦ ଡିଫେନ୍ସ ମିଶାଇଲ ଦେବ । ଶୁକ୍ରବାର ଋଷର ଉପ ରାଷ୍ଟ୍ରଦୂତ ରୋମାନ ବାବୁସ୍କିନ ଏହି ସୂଚନା ଦେଇଛନ୍ତି । ଏସ-୪୦୦ ମିସାଇଲ ପାଇଁ ଭାରତ ଓ ଋଷ ଚୁକ୍ତି କରିଥିଲେ । ଏହାପରେ ଋଷ ସ୍ୱତନ୍ତ୍ର ଭାବେ ଭାରତ ପାଇଁ ଏହି ମିସାଇଲ ନିର୍ମାଣ ଆରମ୍ଭ କରିଥିଲା । ପର୍ଯ୍ୟାୟକ୍ରମେ ଏହି ମିସାଇଲ ଗୁଡିକୁ ଭାରତକୁ ହସ୍ତାନ୍ତର କରିବା ପ୍ରକ୍ରିୟା ଆରମ୍ଭ କରାଯାଇଛି ବୋଲି ସେ କହିଛନ୍ତି । ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମାର୍ଚ୍ଚ ୨୨ରୁ ଦୁଇ ଦିନିଆ ଋଷ ଗସ୍ତରେ ଯିବେ । ଏହି ସମୟରେ ସେ ଋଷ-ଭାରତ-ଚାଇନା ତ୍ରିପାକ୍ଷିକ ବୈଠକରେ ଯୋଗଦେବେ । ଏଠାରେ ସେ ଋଷ ସହ ଏସ-୪୦୦ ମିସାଇଲ ସମ୍ପର୍କରେ ମଧ୍ୟ କଥା ହେବେ । ସୂଚନାଯୋଗ୍ୟ, ଏସ-୩୦୦କୁ ବିିକଶିତ କରାଯାଇ ଏସ-୪୦୦ ମିସାଇଲ ନିର୍ମାଣ ହୋଇଛି । ପୂର୍ବରୁ କେବଳ ଋଷ ସେନା ହିଁ ଏହାକୁ ବ୍ୟବହାର କରୁଥିଲା । ଏବେ ଭାରତ ମଧ୍ୟ ଏହାର ଅଧିକାରୀ ହେବାକୁ ଯାଉଛି । ୨୦୦୭ରୁ ଋଷ ସେନା ଏସ-୪୦୦ ମିସାଇଲର ଅଧିକାରୀ ହୋଇଥିଲା ।

Related posts

ୟୁପିର ୧୪ ଜିଲ୍ଲାରେ ଇଣ୍ଟରନେଟ ବନ୍ଦ, ୩୫୦୦ରୁ ଉଦ୍ଧ୍ୱର୍ ଅଟକ

mahabharatanews

ଚୀନର ମୋବାଇଲ ଆପ ବ୍ଲକ୍ କରିବାକୁ ଗୁଇନ୍ଦା ପରାମର୍ଶ

mahabharatanews

୨୦୦ ଟ୍ରେନ ରଦ୍ଦ, ୪୫୦ କୋଟି କ୍ଷତି

mahabharatanews