(ମୁମ୍ବାଇ) : ଚଳଚ୍ଚିତ୍ର ‘ସଲାରା’ସାରା ଦେଶରେ କରୁଛି ରାଜ୍, ଏପରିକି ବିଶ୍ୱରେ ଏହି ଫିଲ୍ମର କ୍ରେଜ୍ ଦେଖିବା ପାଇଁ ମିଳୁଛି । ୨୨ଡିସେମ୍ବରରେ ରିଲିଜ୍ ହୋଇଥିବା ଏହି ଫିଲ୍ମକୁ ୧୦ଦିନ ହୋଇଗଲାଣି ହେଲେ ସିନେମା ପ୍ରତି ଦର୍ଶକଙ୍କ ଭଲ ପାଇବା କମ୍ ହୋଇନାହିଁ । ଓପନିଂ ଡେ’ରେ ପ୍ରଭାସଙ୍କ ଫିଲ୍ମ ସାଲାର 90.7 କୋଟି ଟଙ୍କା ରୋଜଗାର କରିଥିଲା ।
ସୂଚନାନୁଯାୟୀ , ଚଳଚ୍ଚିତ୍ରର ଆୟ ବଢିବାରେ ଲାଗିଛି । ଲାଗୁଛି ଫିଲ୍ମଟି ଖୁବ ଶୀଘ୍ର 400 କୋଟି ଟଙ୍କା ଆୟ କରି ରେକର୍ଡ ବ୍ରେକ୍ କରିବ । ସାଲାର ରିଲିଜ୍ ହେବା ସହିତ ପ୍ରଭାସ ତାଙ୍କ ନାଁରେ ଆଉ ଏକ ନୂଆ ରେକର୍ଡ ଯୋଡି ହୋଇଯାଇଛି । ପ୍ରଭାସ ବର୍ତ୍ତମାନ ଏକମାତ୍ର ସାଉଥ୍ ଅଭିନେତା ଯାହାଙ୍କର 5 ଟି ଚଳଚ୍ଚିତ୍ର ହିନ୍ଦୀ ବେଲ୍ଟରେ 100 କୋଟିରୁ ଅଧିକ ଆୟ କରିଛି।