ଓଡିଶା

ସମ୍ବଲପୁର ଆକ୍ରମଣ ଘଟଣା: ୧୯ରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ ଡାକରା

ବରଗଡ଼: ସମ୍ବଲପୁରରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ପ୍ରତିବାଦରେ ଆସନ୍ତା ୧୯ ତାରିଖରେ ୧୨ ଘଣ୍ଟିଆ ବନ୍ଦପାଳନ ଲାଗି ଡାକରା ଦେଇଛି ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ। ବୁଧବାର ସକାଳ  ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସମସ୍ତ ଦୋକାନବଜାର, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ଓ ଯାନବାହନ  ଚଳାଚଳ ବନ୍ଦ ରଖିବାକୁ ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ବରଗଡ଼ବାସୀଙ୍କୁ ନିବେଦନ କରାଯାଇଛି। ତେବେ ବନ୍ଦରୁ ଔଷଧ ଦୋକାନ ଓ ଜରୁରୀ ସେବାକୁ ବାଦ୍ ଦିଆଯିବ। ବରଗଡ଼ ସହର ସମ୍ପୂର୍ଣ୍ଣ ବନ୍ଦ ରହିବ। ସଂପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ଏହି ବନ୍ଦ ପାଳନ କରାଯିବ ବୋଲି କୁହାଯାଇଛି। ଏଥିଲାଗି ଆଜି ବରଗଡ଼ରେ ବଜରଙ୍ଗ ଦଳ ଏକ ବାଇକ ରାଲି ଆୟୋଜିତ କରିବ ବୋଲି ସୂଚନା ମିଳିଛି। ଏହାକୁ ହିନ୍ଦୁ ମହାସଭା ବି ସମର୍ଥନ କରୁଥିବା ଜଣାଯାଇଛି।

 

Related posts

ବେଦବ୍ୟାସରେ ୫ଟି ସଚିବ ଭିକେ ପାଣ୍ଡିଆନ କଲେ ମନ୍ଦିରରେ ପୂଜାର୍ଚ୍ଚନା

mahabharatanews

ସଚେତନତା ରଥ ଶୁଭାରମ୍ଭ

mahabharatanews

ଆରମ୍ଭ ହେଲା ପ୍ରବାସୀ ଭାରତୀୟଙ୍କ ଘର ବାହୁଡା ପାଇଁ ବନ୍ଦେ ଭାରତ ମିଶନ

mahabharatanews