ଓଡିଶା

ଆମର ଝିଅ ଆମର ସ୍ୱାଭିମାନ କାର୍ଯ୍ୟକ୍ରମ

(ମହାଭାରତ/ବରଗଡ): ବରଗଡ ଜିଲ୍ଲା ବରପାଲି ସ୍ୱେଛାସେବୀ ଅନୁଷ୍ଠାନ ହେଲପିଙ୍ଗ ହାର୍ଟସ ତରଫରୁ ଆରମ୍ଭ କରାଯାଇଛି ଏକ ନୂଆ କାର୍ଯ୍ୟକ୍ରମ । ଆମର ଝିଅ ଅ ।ମର ସ୍ୱାଭିମାନ । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଥିଲେ ସୁନିତା ମୁଣ୍ଡ, ଖେଳ ପ୍ରଶିକ୍ଷକ ସମ୍ପୂର୍ଣ୍ଣ ଭୋଇ, ସମ୍ମାନିତ ଅତିଥି ଥିଲେ ଘରଯୁଗୀ ଗଡ଼ତିଆ ଓ ଅନ୍ୟତମ ସମ୍ମାନିତ ଅତିଥି ଥିଲେ ନିଷ୍ଠା ପରିବାରର ପ୍ରତିଷ୍ଠାତା ଅଶ୍ୱିନୀ ତ୍ରିପାଠୀ ଓ ସମାଜସେବୀ ଧର୍ମରାଜ ସିଂ ବରିହା । କାର୍ଯ୍ୟକ୍ରମକୁ ପରି·ଳନା କରିଥିଲେ ହେଲପିଙ୍ଗ ହାର୍ଟସ ସଂସ୍ଥାର ସମ୍ପାଦକ ସତ୍ୟାନନ୍ଦ ପାଣ୍ଡେ । ଶେଷରେ ସଂସ୍ଥାର ସଦସ୍ୟ ବେଣୁଧର ବରିହା ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ କଦଳୀପାଲି ମହିଳା ଫୂଟବଲ ଦଳମାନଙ୍କ ମଧ୍ୟରେ ଗୋଟିଏ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଖେଳ ପ୍ରଶିକ୍ଷକ ସମ୍ପୂର୍ଣ୍ଣ ଭୋଇଙ୍କ ପ୍ରଶିକ୍ଷଣ ପାଉଥିବା ଅନେକ ଗରିବ ଝିଅ ଅଛନ୍ତି ଯେଉଁମାନଙ୍କ ଠାରେ ପ୍ରତିଭା ଭରିରହିଛି କିନ୍ତୁ ଆର୍ଥିକ ପରିସ୍ଥିତି ଯୋଗୁଁ ଅ ।ଗକୁ ବଢ଼ିପାରୁନାହାନ୍ତି । ଏହି ଝିଅ ମାନଙ୍କୁ ସାହାଯ୍ୟ କରିବା ହେଲପିଂ ହାର୍ଟସ ତରଫରୁ ଝିଅ ମାନଙ୍କୁ ଜୋତା ଓ ଜର୍ସି ପ୍ରଦାନ କରାଯାଇଥିଲା ଓ ଅ ।ଗକୁ ମଧ୍ୟ ସାହାଯ୍ୟ କରାଯିବ ବୋଲି ସଂସ୍ଥା ତରଫରୁ ସୂଚନା ଦିଅ ।ଯାଇଛି ।

Related posts

ଆନ୍ଦୋଳନକୁ ଓହ୍ଲାଉଥିବା ଅଙ୍ଗନୱାଡ଼ି କର୍ମୀଙ୍କୁ କଡ଼ା ଚେତାବନୀ 

mahabharatanews

ସାମାଜିକ ବାସନ୍ଦର ଦଣ୍ଡ ଭୋଗୁଛନ୍ତି ପରିବାର

mahabharatanews

ଗୁଡ଼ି ଉଡ଼ାବେଳେ ଟ୍ରେନ ଧକ୍କାରେ ଚାଲିଗଲା ନାବାଳକର ଜୀବନ 

mahabharatanews

Leave a Comment