ଓଡିଶା

ଆଜିଠାରୁ ରାଜ୍ୟରେ ଖୋଲିବ ପ୍ରଥମରୁ ସପ୍ତମ ଶ୍ରେଣୀ

(ଭୁବନେଶ୍ୱର) : ରାଜ୍ୟରେ କରୋନା ସଂକ୍ରମଣ ଯୋଗୁ କୌଣସି ସ୍କୁଲ ଖୋଲି ପାରୁନଥିଲା। ଯାହାଫଳରେ ପିଲାଙ୍କ ପାଠ ପଢା ଉପରେ ବେଶ ପ୍ରଭାବ ପଡିଛି । ଏହାରିମଧ୍ୟରେ ଆଜିଠାରୁ ରାଜ୍ୟରେ ଖୋଲିବ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ପଢ଼ାପଢା । ତେବେ ସପ୍ତାହ ସାରା କେବଳ ଆକ୍ଟିଭିଟି କରାଯିବ କିନ୍ତୁ ପାଠ ପଢ଼ାଯିବ ନାହିଁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।

ସୂଚନାନୁଯାୟୀ , ଗଣଶିକ୍ଷା ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ପିଲାମାନେ ଦୁଇ ବର୍ଷ ହେବ ସ୍କୁଲରେ ପାଠ ପଢି ନାହାଁନ୍ତି । ଏଥିପାଇଁ ସ୍ୱତନ୍ତ୍ର ପୁସ୍ତିକା ପ୍ରକାଶ କରାଯାଇ ପିଲାଙ୍କ କୋର୍ସରେ ମିଶ୍ରଣ କରାଯିବ। ଯାହାଫଳରେ ପିଲାମାନେ ପଛେଇ ଯିବେ ନାହିଁ । ଦଶମ ଦ୍ୱାଦଶ ପରୀକ୍ଷା ନେଇ ସମୀକ୍ଷା କରାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବିଭିନ୍ନ ଷ୍ଟେଟ ହୋଲ୍‌ଡରଙ୍କ ସହ ଆଲୋଚନା ଜାରି ରଖିଛନ୍ତି ।

Related posts

ଲୋକେ ଜାଳିଦେଲେ ପୋଲିସ ଷ୍ଟେସନ , ୧୪୪ ଧାରା ଲାଗୁ 

mahabharatanews

ଧାନ ମଣ୍ଡି ଅବ୍ୟବସ୍ଥାକୁ ନେଇ ତେଜୁଛି ଚାଷୀ ଅସନ୍ତୋଷ

mahabharatanews

 ପଞ୍ଚମ ପର୍ଯ୍ୟାୟ ଭୋଟିଂ,ଆଜି ସରିବ ପ୍ରଚାର

mahabharatanews