(ଭୁବନେଶ୍ୱର/ ସରୋଜ କୁମାର ରାଉତ): ନୟାଗଡ ନାବାଳିକା ପରୀ ଦୁଷ୍କର୍ମ ମାମଲା ଏବେ ସାରା ରାଜ୍ୟକୁ ହୁଲୁସ୍ତୁଲ କରୁଛି । ଯାହାକୁ ଆଖି ଆଗରେ ରଖି ରାଜ୍ୟ ସରକାରଙ୍କ ନିର୍ଦେଶରେ ଗଠନ କରାଗଲା ଏସଆଇଟି ଟିମ । ଏହାର ମୁଖ୍ୟ ଜଣେ ଅଇପିଏସ ଅରୁଣ ବୋଥ୍ରାଙ୍କୁ କରାଗଲା । ଏସଆଇଟି ଟିିମ ଏହି ଦାୟିତ୍ୱ ନେବାପରେ ତଦନ୍ତ ପାଇଁ ନୟାଗଡରେ ପହଞ୍ଚିଲେ । ସେଠାରେ ଆରମ୍ଭ ହେଲା ତଦନ୍ତ । ଏହି ଟିମ ପ୍ରତିଶୃତି ଅନୁଯାୟୀ ଦାୟିତ୍ୱ ନେବାର ୧୫ ଦିନ ଭିତରେ ଅଭିଯୁକ୍ତକୁ ଗିରଫ କଲା । ଏନେଇ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ପ୍ରେସମିଟ କଲେ । ସେଥିରେ ଅଭିଯୁକ୍ତ କିଭଳି ଭାବେ ଏହି ଅପରାଧ ଭିଆଇଥିଲା ତାହା ଗୋଟି ଗୋଟି କରି ବର୍ଣ୍ଣନା କରିଥିଲେ ।
ଅପରପକ୍ଷେ ଏହି କାର୍ଯ୍ୟକୁ ଲୋକେ ବୋଥ୍ରାଙ୍କ ରାଜ୍ୟ ସରକାରଙ୍କ ଗୁଲାମ ବୋଲି କହିବା ଆରମ୍ଭ କଲେଣି । ଜଣେ ଆଇପିଏସ ହୋଇ ମଧ୍ୟ ନିଜ ମାନ ଇଜ୍ଜ୍ତକୁ କିଭଳି ଜଣେ ରାଜନେତାଙ୍କ ପାଇଁ ବଳିପକାଉଛନ୍ତି ଓ ଜଣେ ନିରୀହ ପିଲାକୁ ଫସାଉଛନ୍ତି ବୋଲି ଏବେ ସବୁଠି ଚର୍ଚ୍ଚା । ଗୋଟେପଟେ ନାବାଳିକାର ମା ବାପା ଝିଅର ଅଙ୍ଗ ତସ୍କରି ହୋଇଥିବା କଥା କହୁଥିବା ବେଳେ ଏସଆଇଟିର କୌଣସି ବି ଟିମ କାହିଁକି ଏ ଦିଗରେ ତଦନ୍ତ କରିଲା ନାହିଁ? ଅଭିଯୁକ୍ତ କୁହାଯାଉଥିବା ସରୋଜ ସେଠୀକୁ ପଚରା ଉଚରା କରିବା ପର୍ବରୁ ଏସଆଇଟିର ଟିମ କାହିଁକି ନାବାଳିକାର ବାପା ମା ଅଭିଯୋଗ କରିଥିବା ବାବୁଲି ନାୟକକୁ ପଚରା ଉଚରା କଲା ନାହିଁ । ଯାହାକୁ ନେଇ ଏବେ ଅରୁଣ ବୋଥ୍ରାଙ୍କୁ ସମାଲୋଚିତ ହେବାକୁ ପଡୁଛି । ଏନେଇ ଆଜି ବିଜେପିର ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ସିଧାସଳଖ ଅରୁଣ ବୋଥ୍ରାଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଅରୁଣଙ୍କୁ ବଞ୍ଚାଇଲେ ଅରୁଣ । ଅରୁଣଙ୍କ ପାଇଁ ବୋଥ୍ରା ନିଜ ମଣିଷ ପଣିଆକୁ ବଳିପକାଉଛନ୍ତି । ଏହା କେବଳ ଶାସକ ଦଳ ଭୟରେ । କାରଣ ପୂର୍ବରୁ ଆରୁଣ ବୋଥ୍ରାଙ୍କ ଏକ ଅଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ଜଣେ ବ୍ୟକ୍ତି ସରକାରଙ୍କ ମୋ ସରକାର କାମକରୁ ନାହିଁ ବରଂ ଅରୁଣ ବୋଥ୍ରା କାମ କରୁଛନ୍ତି ବୋଲି କହିବାରୁ , ବୋଥ୍ରା ବାବୁ ନିଜ ହିତାୟତ ଜ୍ଞାନ ଭୁଲି ଯାଇ ସେହି ଯୁବକଙ୍କୁ ଜଣେ ଗଳିର ଗୁଣ୍ଡା ଭଳି ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏଥିରୁ ବୋଥ୍ରାଙ୍କ ସରକାରଙ୍କ ପ୍ରତି କେତେ ଯେ ଡର ସେ ବିଷୟରେ ଦେଖିବାକୁ ମିଳିଥିଲା । ସେହି ବୋଥ୍ରା ସାର ପୁଣି ସରାକାରଙ୍କ ଦ୍ୱାରା ବନା ଯାଇଥିବା ଏସଆଇଟିର ମୁଖ୍ୟ । ସେ ଯାହା ତଦନ୍ତ କରିଥିବେ ତାହା ସମସ୍ତଙ୍କୁ ଜଣା ବୋଲି ଲୋକ ଟାହିଟାପରା ହେବା ଆରମ୍ଭ ହେଲାଣି । ସରକାର ଓ ମନ୍ତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ସରୋଜକୁ ବଳିର ବୋଦା କରାଯାଇଥିବା ମଧ୍ୟ କୁହାଯାଉଛି।