Uncategorized

ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ ହସ୍ପିଟାଲରେ ଚିକିତ୍ସିତ

ନୂଆଦିଲ୍ଲୀ: ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ ଅସୁସ୍ଥ । ତାଙ୍କୁ ଜ୍ୱର ହେବା ସହ ଶ୍ୱାସକ୍ରିୟାରେ ସମସ୍ୟା ଦେଖା ଦେବା ପରେ ତାଙ୍କୁ ସୋମବାର ରାତିରେ ନୂଆଦିଲ୍ଲୀର ରାଜୀବ ଗାନ୍ଧୀ ସୁପର୍‌ ସ୍ପେସାଲିଟି ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସତ୍ୟେନ୍ଦ୍ର କରି ଏହି ସୂଚନା ଦେଇଛନ୍ତି ।
ତାଙ୍କ ଟ୍ୱିଟରେ ଉଲ୍ଲେଖ କରିଛନ୍ତି, ଗତରାତିରେ ଖଇଫୁଟା ଜ୍ୱର ଏବଂ ଅମ୍ଳଜାନସ୍ତର ହ୍ରାସ ପାଇବାରୁ ‌ମତେ ଆର୍‌ଜିଏସ୍ଏସ୍ଏଚ୍‌ରେ ଭର୍ତ୍ତି କରାଯାଇଛି। ସ୍ବାସ୍ଥ୍ୟାବସ୍ଥା ଜନିତ ପରବର୍ତ୍ତୀ ସୂଚନା ଆଗକୁ ଦେବି ବୋଲି ସେ ଟ୍ୱୁଟ କରିଛନ୍ତି । ତେବେ ତାଙ୍କଠାରେ ଦେଖାଦେଇଥିବା ଲକ୍ଷଣ କରୋନାର ହୋଇଥିବା ବେଳେ କିନ୍ତୁ ଏହା ସ୍ପଷ୍ଟ ହୋଇନାହିଁ । ତାଙ୍କ ସ୍ୱାବ ନମୁନା ସଂଗ୍ରହ ହୋଇଛି ।
ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ତାଙ୍କର ଆରୋଗ୍ୟ କାମନା କରି କହିଛନ୍ତି, ଦେହ ପ୍ରତି ଧ୍ୟାନ ନ ଦେଇ ଜନତାଙ୍କ ପାଇଁ ଆପଣ ଅକ୍ଳାନ୍ତ ପରିଶ୍ରମ କରିଛନ୍ତି। ଏବେ ନିଜର ସ୍ବାସ୍ଥ୍ୟପ୍ରତି ଧ୍ୟାନ ଦିଅନ୍ତି।

Related posts

୨୨ରେ ମିଳିବନି ଫାଶୀ ଗୃହ ମନ୍ତ୍ରଣାଳୟରେ ମୁକେଶର ଦୟା ଯାଚିକା

mahabharatanews

ବିଦେଶକୁ ଗୋଏୟାରର ବିମାନ ଉଡାଣ ବନ୍ଦ

mahabharatanews

ଏନପିଆର ବିରୋଧରେ ତାମିଲନାଡୁ ସରକାରର କଡା ଆଭିମୁଖ୍ୟ

mahabharatanews