(ଭୁବନେଶ୍ୱର) : ସ୍କୁଲ ଖୋଲିବାକୁ ରାଜ୍ୟ ସରକାର ନେଲେ ନିଷ୍ପତ୍ତି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଥିବା ପୂର୍ବାନୁମାନକୁ ଦୃଷ୍ଟିରେ ରଖି ଜୁନ୍ ୨୧ରେ ରାଜ୍ୟର ସମସ୍ତ ସ୍କୁଲ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।
ତେବେ ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ଅନୁଗୁଳ, ସୁବର୍ଣ୍ଣପୁର ଓ ବଲାଙ୍ଗୀର ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବା ନେଇ ଅନୁମାନ କରାଯାଉଛି। ତେଣୁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ସ୍କୁଲ ସମୟ ଧାର୍ଯ୍ୟ କରିପାରିବେ।ପରିସ୍ଥିତିକୁ ଦେଖି ଜିଲ୍ଲାରେ ସକାଳୁଆ ସ୍କୁଲ ନ ହେଲେ ସ୍କୁଲ ଛୁଟି କରିପାରିବେ। ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ଦୁର୍ଗା ପ୍ରସାଦ ମହାପାତ୍ର ଆଜି ସମସ୍ତ ଜିଲ୍ଲାପାଳମାନଙ୍କୁ ଅବଗତ କରିଛନ୍ତି। ତେବେ ବିଭାଗ ପକ୍ଷରୁ ପାଣିପାଗ ଉପରେ ତୀକ୍ଷଣ ନଜର ରଖାଯିବା ସହ ପରିସ୍ଥିତି ଅନୁଯାୟୀ କାର୍ଯ୍ୟପନ୍ଥା ସ୍ଥିର କରାଯାଉଥିବା ଜଣାପଡିଛି ।