ଓଡିଶା

ସେଲଫି ନେବାକୁ ଯାଇ ପ୍ରାଣ ହରାଇଲେ ଯୁବକ

(ମହାଭାରତ, ସୋନପୁର): ସୋନପୁର ଜିଲ୍ଲା ଡୁଙ୍ଗୁରିପାଲିରେ ସେଲଫି ନେବାକୁ ଯାଇ ଜଣେ ଯୁବକଙ୍କୁ ପ୍ରାଣ ହରାଇବାକୁ ପଡିଛି । ରାମଦୋଳିରେ ବସି ସେଲଫି ନେବା ବେଳେ ଦୋଳିରୁ ଖସି ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ମଙ୍ଗଳବାର ରାମପୁରରେ ଚାଲିଥିବା ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବରେ ପଡିଥିବା ରାମଦୋଳିରେ ବସି ଯୁବକ ଜଣକ ତାଙ୍କ ସାଙ୍ଗଙ୍କ ସହିତ ସେଲଫି ନେଉଥିଲେ । ଏହି ସମୟରେ ଭାରସାମ୍ୟ ହରାଇ ଉଭୟ ଦୋଳିରୁ ତଳକୁ ଖସି ପଡିଥିଲେ । ସେମାନଙ୍କୁ ଗୁରୁତର ଅବସ୍ଥାରେ ଡୁଙ୍ଗୁରିପାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବଡଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରୁ ତାଙ୍କୁ ବୁର୍ଲା ବଡ ଡାକ୍ତରଖାନା ପଠାଯାଇଥିଲା । ତେବେ ଚିକିତ୍ସାଧିନ ଅବସ୍ଥାରେ ଆଜି ଉକ୍ତ ଯୁବକଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସାଙ୍ଗଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହଥିବା ଜଣାପଡିଛି ।

Related posts

ଆଜିଠୁ ଖୋଲିବ ବିଶ୍ବ ପ୍ରସିଦ୍ଧ ଭିତରକନିକା

mahabharatanews

ରାଜ୍ୟରେ କରୋନାଜନିତ ମୃତ୍ୟୁରେ ଲାଗୁନି ବ୍ରେକ, ପୁଣି ୧୬ ମୃତ୍ୟୁ

mahabharatanews

୩୪ ତମ ସର୍ବ ଭାରତୀୟ ଲାଲମନୀ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଶୋଭାଯାତ୍ରା

mahabharatanews