ଓଡିଶା

ପରଲୋକରେ କଂଗ୍ରେସର ବରିଷ୍ଠ ନେତା ଅଶୋକ ସାମଲ

ଭୁବନେଶ୍ୱର: ପରଲୋକରେ କଂଗ୍ରେସର ବରିଷ୍ଠ ନେତା ଅଶୋକ ସାମଲ । ଆଜି ଅପରାହ୍ନରେ କଟକ ତଳତେଲେଙ୍ଗା ବଜ଼ାର ସ୍ଥିତ ଘରେ ତାଙ୍କର ଦେହାନ୍ତ ହୋଇଛି।୭୦ ବର୍ଷ ବୟସରେ ଅଶୋକଙ୍କ ଦେହାନ୍ତ ହୋଇଛି । ଦୀର୍ଘ ଦିନ ହେବ ସେ କର୍କଟ ଓ ଲିଭର ରୋଗରେ ପୀଡିତ ଥିଲେ। ସେ ନିକଟରେ ଟାଟା ମେମୋରିଆଲ ହସ୍ପିଟାଲରୁ ଚିକତ୍ସା ହୋଇ ଘରକୁ ଫେରିଥିଲେ। ସେ କଂଗ୍ରେସ ଦଳରେ ମୁଖପାତ୍ର ଦାୟିତ୍ୱରେ ଥିଲେ। ତାଙ୍କ ପରଲୋକରେ ଶୁଭେଚ୍ଛୁଙ୍କ ଭିଡ଼ ତାଙ୍କ ଘରେ ଲାଗିଛି। ଆଶୋକଙ୍କ ବିୟୋଗରେ ରାଜନୈତିକ ଓ ଅନୁଗତଙ୍କ ଗହଣରେ ଶୋକର ଛାୟା ଖେଳିଯାଇଛି। ଆଜି ସନ୍ଧ୍ୟାରେ କଟକ ଖାନ ନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ କରାଯିବ ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି।

 

Related posts

ଉଚ୍ଛେଦ ବେଳେ କାନ୍ଥ ଭୁଷୁଡି ଜେସିବି ଡ୍ରାଇଭର ଆହତ

mahabharatanews

ଇଟାଭାଟିରେ ଅଣନିଶ୍ୱାସୀ ହୋଇ ଚାଲିଗଲା ୪ଜଣଙ୍କ ଜୀବନ

mahabharatanews

ଆସନ୍ତା ୩ରୁ୪ ଦିନ ମଧ୍ୟରେ ଓଡିଶା ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

mahabharatanews