ଭାରତ

 ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ୪୬ଜଣ ହସ୍ପିଟାଲରେ ଭର୍ତ୍ତି 

(ମୁମ୍ବାଇ) : ଗୋରେଗାଓଁରେ ଏକ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ  । ଫଳରେ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଆହତ ୪୬ଜଣ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୩୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ରହିଛି । ଅଗ୍ନିକାଣ୍ଡରେ ୪ଟି କାର୍‌ ଓ ୩୦ଟି ବାଇକ୍‌ ମଧ୍ୟ ଜଳିପୋଡ଼ି ପାଉଁଶ ହୋଇଯାଇଛି ।

ସୂଚନାନୁଯାୟୀ , ଭୋର ପ୍ରାୟ ୩ଟାରେ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି । ଏହି କୋଠାଟି ଗୋରେଗାଓଁ ପଶ୍ଚିମ MG ରୋଡ ନିକଟରେ ଅବସ୍ଥିତ । ବିଲ୍ଡିଂର ନାଁ ଜୟ ସନ୍ଦେଶ ବିଲଡିଂ । ଅଗ୍ନିକାଣ୍ଡର ଖବର ପାଇବା ପରେ ମୁମ୍ବାଇ ପୋଲିସ ଟିମ୍ ଏବଂ ଅଗ୍ନିଶମ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ପାଞ୍ଚ ମହଲା ବିଶିଷ୍ଟ କୋଠାଟି ସମ୍ପୂର୍ଣ୍ଣ ଜଳି ଯାଇଛି ।

Related posts

୨ଶହ ବର୍ଷ ପୁରୁଣା ଏହି ମନ୍ଦିରରେ ବେଙ୍ଗକୁ ପୂଜା କରାଯାଏ

mahabharatanews

କେରଳରେ ବିସ୍ଫୋରଣ; ଦିଲ୍ଲୀ ଏବଂ ମୁମ୍ବାଇରେ ହାଇଆଲର୍ଟ ଜାରି

mahabharatanews

 ଭୂକମ୍ପ ମୃତ୍ୟୁ ସଂଖ୍ୟା ୫୦ ପାର

mahabharatanews