ଓଡିଶା

ମର୍ମନ୍ତୁଦ ସଡକ ଦୁର୍ଘଟଣା: ଦୁଇ ମୃତ, ତିନି ଗୁରୁତର

(ସୂର୍ୟ୍ୟକାନ୍ତ ବେହେରା/ମାଲକାନଗିରି): ମାଲକାନଗିରି ବ୍ଲକ ମାର୍କାପାଲ୍ଲୀ ଠାରେ ବାଇକ ଦୁର୍ଘଟଣାରେ ଦୁଇ ଜଣ ପ୍ରାଣ ହରାଇଥିବା ବେଳେ ତିନି ଗୁରୁତର ଭାବେ ଆହାତ ହୋଇଛନ୍ତି । ସୁଚନା ଅନୁଯାୟୀ, ଦୁଇଟି ବାଇକ ଗୋଟିଏ ପଟୁ ଆସୁଥିବା ସମୟରେ ଅନ୍ୟପଟରୁ ଏକ ବାଇକ ଦ୍ରୁତ ଗତିରେ ଆସି ଭାରସାମ୍ୟ ହରାଇ ଦୁଇ ବାଇକ ମଝିରେ ପଶି ଦୁର୍ଘଟଣା ଘଟିଥିବା ଜଣାପଡିଛି । ତେବେ ତିନୋଟି ବାଇକରେ ପାଞ୍ଚ ଜଣ ଥିବା ବେଳେ ଘଟଣା ସ୍ଥଳରେ ଜଣେ ବାଇକ ଆରୋହିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନଙ୍କୁ ୧୦୮ ଆମ୍ବୁଲାନ୍ସରେ ମାଲକାନଗିରି ଜିଲ୍ଲା ସଦର ମହକୁମା ମୂଖ୍ୟ ଚିକିତ୍ସାଳୟ କୁ ନେବା ବାଟରେ ଆଉ ଜଣଙ୍କର ମୃତ୍ୟୁ ହୋଇଥିବା ସୁଚନାରୁ ଜଣାପଡିଛି । ଅନ୍ୟ ତିନିଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ମୃତ ଦୁଇ ବାଇକ ଆରୋହୀ ମାଛିଆମ ଓ ବାପନପାଲିର ବୋଲି ଜଣାପଡିଛି। ଘଟଣା ସ୍ଥଳରେ ପହଞ୍ଚି ମାଲକାନଗିରି ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

Related posts

ଓଏସ ସ୍ତରରେ ଅଦଳ ବଦଳ

mahabharatanews

ବୈଦୁର୍ଯ୍ୟ ଖଣି ଖନନ ନେଇ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

mahabharatanews

୧୧୨ ଡାଏଲ କଲେ ଏଣିକି ପହଞ୍ଚିବ ଜରୁରୀ ସହାୟତା ଯାନ

mahabharatanews