ବିଶ୍ୱ

ଫ୍ଲୋରିଡାରେ ଭୟଙ୍କର ସାମୁଦ୍ରିକ ଝଡ଼,୮୫୦ରୁ ବିମାନ ବାତିଲ 

(ଆମେରିକା) : ଆମେରିକାର ଫ୍ଲୋରିଡାରେ ଭୟଙ୍କର ସାମୁଦ୍ରିକ ଝଡ଼ ଲୋକଙ୍କ ପାଇଁ ବିପର୍ଯ୍ୟୟ ଆଣିଛି। ଇଡାଲିଆ ନାମକ ଏହି ହରିକେନ କ୍ୟାଟେଗୋରି-୩ ବର୍ଗରେ ଆସି ସ୍ଥଳଭାଗ ଛୁଇଁଥିଲା। ଏଥିଯୋଗୁ ପ୍ରବଳ ବର୍ଷା ଓ ପବନ ହୋଇଥିଲା। ଉପକୂଳ ସହରଗୁଡ଼ିକରେ ଅନେକ ଘରେ ପାଣି ପଶିଯାଇଛି। ଗଛ ଉପୁଡ଼ି ପଡ଼ିଛି। ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ସାମୁଦ୍ରିକ ଝଡ଼ ଦୁର୍ବଳ ହୋଇ କ୍ୟାଟେ‌ଗୋରି ୧ରେ ପରିଣତ ହୋଇଛି।

ସୂଚନାନୁଯାୟୀ , ଝଡ଼ ଯୋଗୁ ଆମେରିକାରେ ଏୟାରଲାଇନ୍ସଗୁଡ଼ିକ ୮୫୦ରୁ ଅଧିକ ବିମାନ ଉଡ଼ାଣ ବାତିଲ କରିଛନ୍ତି। ଏଥିସହିତ ୭୯୫ଟି ବିମାନର ଉଡ଼ାଣ ବିଳମ୍ବ ହୋଇଛି। ତାମ୍ପା, କ୍ଲିୟରୱାଟର ଏବଂ ଟଲାହାସି ବିମାନ ବନ୍ଦର ବନ୍ଦ ରହିଛି। ରାସ୍ତାଗୁଡ଼ିକ ପାଣିରେ ବୁଡ଼ିଯାଇଛି। ନ୍ୟାସନାଲ ଗାର୍ଡର ୫୫୦୦ରୁ ଅଧିକ ସଦସ୍ୟ ଏବଂ ୫୮୦ରୁ ଅଧିକ ଉଦ୍ଧାରକାରୀ ଟିମ୍‌କୁ ମୁତୟନ କରାଯାଇଛି।

Related posts

ୟୁକ୍ରେନ ଉପରେ ରୁଷର କ୍ଷେପଣସ୍ତ୍ର ଆକ୍ରମଣ

mahabharatanews

ଆଜି ଆକାଶରେ ଦିଶିବ ସୁପରମୁନ, ଖାଲି ଆଖିରେ ଦେଖାଯିବ ମହାଜାଗତିକ ଦୃଶ୍ୟ

mahabharatanews

ଓମିକ୍ରନର ସବ ଷ୍ଟ୍ରେନ ବିଏ. ୨ ବ୍ରିଟେନରେ ଚିନ୍ତା ବଢାଇଛି

mahabharatanews