ବିଶ୍ୱ

ଫ୍ଲୋରିଡାରେ ଭୟଙ୍କର ସାମୁଦ୍ରିକ ଝଡ଼,୮୫୦ରୁ ବିମାନ ବାତିଲ 

(ଆମେରିକା) : ଆମେରିକାର ଫ୍ଲୋରିଡାରେ ଭୟଙ୍କର ସାମୁଦ୍ରିକ ଝଡ଼ ଲୋକଙ୍କ ପାଇଁ ବିପର୍ଯ୍ୟୟ ଆଣିଛି। ଇଡାଲିଆ ନାମକ ଏହି ହରିକେନ କ୍ୟାଟେଗୋରି-୩ ବର୍ଗରେ ଆସି ସ୍ଥଳଭାଗ ଛୁଇଁଥିଲା। ଏଥିଯୋଗୁ ପ୍ରବଳ ବର୍ଷା ଓ ପବନ ହୋଇଥିଲା। ଉପକୂଳ ସହରଗୁଡ଼ିକରେ ଅନେକ ଘରେ ପାଣି ପଶିଯାଇଛି। ଗଛ ଉପୁଡ଼ି ପଡ଼ିଛି। ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ସାମୁଦ୍ରିକ ଝଡ଼ ଦୁର୍ବଳ ହୋଇ କ୍ୟାଟେ‌ଗୋରି ୧ରେ ପରିଣତ ହୋଇଛି।

ସୂଚନାନୁଯାୟୀ , ଝଡ଼ ଯୋଗୁ ଆମେରିକାରେ ଏୟାରଲାଇନ୍ସଗୁଡ଼ିକ ୮୫୦ରୁ ଅଧିକ ବିମାନ ଉଡ଼ାଣ ବାତିଲ କରିଛନ୍ତି। ଏଥିସହିତ ୭୯୫ଟି ବିମାନର ଉଡ଼ାଣ ବିଳମ୍ବ ହୋଇଛି। ତାମ୍ପା, କ୍ଲିୟରୱାଟର ଏବଂ ଟଲାହାସି ବିମାନ ବନ୍ଦର ବନ୍ଦ ରହିଛି। ରାସ୍ତାଗୁଡ଼ିକ ପାଣିରେ ବୁଡ଼ିଯାଇଛି। ନ୍ୟାସନାଲ ଗାର୍ଡର ୫୫୦୦ରୁ ଅଧିକ ସଦସ୍ୟ ଏବଂ ୫୮୦ରୁ ଅଧିକ ଉଦ୍ଧାରକାରୀ ଟିମ୍‌କୁ ମୁତୟନ କରାଯାଇଛି।

Related posts

ଟ୍ୱିଟରରେ ବଡ ଧରଣର ପରିବର୍ତ୍ତନ, ନୀଳ ପକ୍ଷୀ ପରିବର୍ତ୍ତେ ଡଗି ହେଲା ଟ୍ୱିଟର ନୂଆ ଲୋଗ

mahabharatanews

ଖରାପ ଫର୍ମ ଓ ଫିଟନେସ୍ କାରଣ ଯୋଗୁଁ କ୍ରିକେଟକୁ ଆଲବିଦା କଲେ ମୋର୍ଗାନ

mahabharatanews

ମସଜିଦରେ ବଡ ଧରଣର ବିସ୍ଫୋରଣ, ୫୦ ଜଣ ମୃତ

mahabharatanews