ଓଡିଶାବିଶେଷଯୋଗାଯୋଗ

ଅଞ୍ଜଳୀର ପରିବାରକୁ ସାହାଯ୍ୟ କଲେ ଶାହାରୁଖ

ନୂଆ ଦିଲ୍ଲୀ : ନିଜ ଫିଲ୍ମିକୁ ନେଇ ଶାହାରୁଖ ସବୁବେଳେ ଚର୍ଚ୍ଚାରେ । ଶାହାରୁଖ ତାଙ୍କ ଦ୍ୱରା ପରିଚାଳିତ ଏନଜିଓ ମୀର ଫାଉଣ୍ଡେସନ ତରଫରୁ ଅଞ୍ଜଳୀ ସିଂଙ୍କ ପରିବାରକୁ ସହାୟତା ପ୍ରଦାନ କରିଛନ୍ତି । ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି କି ଏଭଳି ଅସୁବିଧା ସମୟରେ ଏହି ସହାୟତା ଅଞ୍ଜଳୀଙ୍କ ପରିବାରର ଖର୍ଚ୍ଚ ଉଠାଇପାରିବ । ଏକ ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଶାହାରୁଖ ଖାନଙ୍କ ମୀର ଫାଉଣ୍ଡେସନ ଅଞ୍ଜଳୀ ସିଂଙ୍କ ପରିବାରକୁ ଏକ ବଡ ରାଶି ସହାୟତା ଆକାରରେ ପ୍ରଦାନ କରିଛି । ହେଲେ କେତେ ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି ତାହା ଏଯାଏଁ ସ୍ପଷ୍ଟ କରାଯାଇନାହିଁ । ଶାହାରୁଖ ଖାନ ନିଜ ଦିବଙ୍ଗତ ପିତା ମୀର ତାଜ ମହମ୍ମଦଙ୍କ ନାମରେ ଏହି ଫାଉଣ୍ଡେସନ ଗଠନ କରିଛନ୍ତି । ଫାଉଣ୍ଡେସନଟି ବିଶେଷ ଭାବେ ତଳସ୍ତରର ଲୋକଙ୍କ ଜୀବନ ଜୀବିକାର ପରିବର୍ତନ ପାଇଁ କାମ କରୁଛି । ଏହାସହ ମହିଳାମାନଙ୍କ ଶସକ୍ତ କରିବା ଦିଗରେ ମଧ୍ୟ ପଦକ୍ଷେପ ନେଉଛି । ସୂଚନା ଅନୂଯାୟୀ ୩୧ ଡିସେମ୍ବର ରାତିରେ ଦିଲ୍ଲୀରେ ଅଞ୍ଜଳୀ ସିଂ ନାମକ ଜଣେ ଯୁବତୀଙ୍କର ମୃତ୍ୟୁ ହୋଇଥିଲା । ଅଞ୍ଜଳୀଙ୍କ ସ୍କୁଟି ଏକ କାରକୁ ଧକ୍କାଦେବା ପରେ କାରଟି ଅଞ୍ଜଳୀଙ୍କୁ ୧୨ କିଲୋମିଟର ପର୍ୟ୍ୟନ୍ତ ଘୋଷାଡି ନେଇଥିଲା । ଏଥିରେ ଅଞ୍ଜଳୀଙ୍କର ଏକ ମର୍ମନ୍ତୁଦ ମୃତ୍ୟୁ ହୋଇଥିଲା । ତାଙ୍କ ପରିବାରକୁ ଶାହାରୁଖ ସାହାଯ୍ୟ କରିଥିବା ଯାଣାପଡିଛି ।

Related posts

ରାଷ୍ଟ୍ରୀୟ ମାର୍ଯ୍ୟାଦାରେ ହେବ ସରୋଜ ଦାସଙ୍କ ଶେଷକୃତ୍ୟ

mahabharatanews

୩୦ରେ ନାମାଙ୍କନ ଭରିବେ ନବୀନ

mahabharatanews

ଲାଲୁଙ୍କ ଘରେ ସିବିଆଇ ରେଡ୍

mahabharatanews

Leave a Comment