Uncategorized

ମୁମ୍ବାଇର ସପିଂ ମଲରେ ଭୟଙ୍କର ଅଗ୍ନିକାଣ୍ଡ

ମୁମ୍ବାଇ: ମୁମ୍ବାଇରର ଏକ ସପିଂ ମଲରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ହୋଇଛି । ମୁମ୍ବାଇର ନାଗପଡ଼ା ସ୍ଥିତ ଏହି ମଲରେ ରାତି ୮ଟା୫୩ରେ ନିଆଁ ଲାଗିଯିବା ଖବର ପାଇ ତୁରନ୍ତ ଦମକଳ କର୍ମଚାରୀ ସେଠାରେ ପହଞ୍ଚି ନିଆଁ ଲିଭାଇବା ଓ ଉଦ୍ଧାର କାମ ଆରମ୍ଭ କରି ଦେଇଥିଲେ । ନିଆଁ ଲିଭାଇବା ପାଇଁ ୨୪ଟି ଦମକଳ ଗାଡ଼ି ଓ ପ୍ରାୟ ୨୫୦ ଦମକଳ କର୍ମଚାରୀ ନିୟୋଜିତ ହୋଇଛନ୍ତି।
ମଲ ନିକଟରେ ଥିବା ୫୫ ମହଲା କୋଠାରେ ଫସିଥିବା ପ୍ରାୟ ୩,୫୦୦ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଏହି ଘଟଣାରେ ୨ ଦମକଳ କର୍ମଚାରୀ ଆହତ ହୋଇଛନ୍ତି। ନିଆଁ ପ୍ରଥମେ ଗୋଟିଏ ଦୋକାନରେ ଲାଗିବା ପରେ ଧିରେ ଧିରେ ବ୍ୟାପି ଯାଇଥିଲା। ସେହି ସମୟରେ ମଲରେ ପ୍ରାୟ ୨୦୦ ରୁ ୩୦୦ ଲୋକେ ଥିଲେ। ତୁରନ୍ତ ଲୋକଙ୍କୁ ପୁଲିସ ଓ ଅଗ୍ନିଶମକର୍ମଚାରୀ ଉଦ୍ଧାର କରିଥିଲେ।

 

Related posts

ଲକଡାଉନର ୯ ମାସରେ ଭାରତରେ ସର୍ବାଧିକ ଶିଶୁ ଜନ୍ମ ହେବେ: ୟୁନିସେଫ୍

mahabharatanews

ଶୋଫିଆନା: ଦୁଇ ଆତଙ୍କବାଦୀ ନିହତ

mahabharatanews

ଫିଲ୍ମ ଫ୍ରାଇଡରେ ରିଲିଜ ହୋଇଛି ‘ଶୁଭ ମଙ୍ଗଲ୍’ଓ ‘ଭୂତ’

mahabharatanews