ଭାରତ

ଏୟାର ଟର୍ବୁଲାନ୍ସ ଯୋଗୁଁ ଜଣେ ଯାତ୍ରୀ ମୃତ, ୩୦ ଯାତ୍ରୀ ଆହତ

(ଦିଲ୍ଲୀ) : ଲଣ୍ଡନରୁ ସିଙ୍ଗାପୁର ଅଭିମୁଖେ ଯାଉଥିବା ସିଙ୍ଗାପୁର ଏୟାରଲାଇନ୍ସର ଏକ ବିମାନ ୭୭୭-୩୦୦ ଆକାଶରେ ଥିବାବେଳେ ଏୟାର ଟର୍ବୁଲାନ୍ସ ଦେଖାଦେଇଛି। ଫଳରେ ଏହି ଏୟାର ଟର୍ବୁଲାନ୍ସ ଯୋଗୁଁ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଫଳରେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା କୁହାଯାଉଛି।

ସୂଚନାନୁଯାୟୀ , ଏହାପରେ ବିମାନଟିକୁ ବ୍ୟାଙ୍କକରେ ଜରୁରୀ କାଳୀନ ଅବତରଣ କରିବାକୁ ପଡ଼ିଥିଲା। ବିବିସି ରିପୋର୍ଟ ଅନୁଯାୟୀ, ବିମାନରେ ୨୧୧ ଜଣ ଯାତ୍ରୀ ଓ ୧୮ ଜଣ କ୍ରୁ ମେମ୍ବର ଥିଲେ। ବିମାନଟି ବ୍ୟାଙ୍କକରେ ଅବତରଣ କରିବା ପରେ ଆହତମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି ।

Related posts

 ଆଇସଲ୍ୟାଣ୍ଡରେ ଭୂମିକମ୍ପ : ୨୪ ଘଣ୍ଟାରେ ୨,୨୦୦ରୁ ଅଧିକ ରେକର୍ଡ 

mahabharatanews

ପ୍ରତ୍ୟାଖ୍ୟାନ ହେଲା ରାହୁଲ ଗାନ୍ଧୀଙ୍କ ଆବେଦନ

mahabharatanews

୧୧ଟା ସୁଦ୍ଧା ୨୬.୩୦ ପ୍ରତିଶତ ମତଦାନ

mahabharatanews