ଭାରତ

ମଣିପୁରରେ ୭୦୦ରୁ ଊର୍ଦ୍ଧ୍ବ ମିଆଁମାର୍‌ ନାଗରିକ, ଫେରିଯିବାକୁ ନିର୍ଦ୍ଦେଶ

(ମଣିପୁର) :ଗୋଟିଏ ପଟେ ମଣିପୁର ହିଂସା ଥମିନଥିବା ବେଳେ ମିଆଁମାରରେ ସେନା ଏବଂ ସାଧାରଣ ନାଗରିକଙ୍କ ମଧ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ ପ୍ରାୟ ୭୧୮ ମିଆଁମାର ନାଗରିକ ମଣିପୁରରେ ପ୍ରବେଶ କରିଛନ୍ତି। ଏଥିରେ ୩୦୧ ଶିଶୁ, ୨୦୮ ମହିଳା ଥିବା ନେଇ ସୂଚନା ରହିଛି ।

ସୂଚନାନୁଯାୟୀ ,  ଏହି ସମସ୍ତ ଲୋକ ମଣିପୁରର ଚାନ୍ଦେଲ ଜିଲ୍ଲାରେ ପହଞ୍ଚିଛନ୍ତି । ଏହି ସମସ୍ତ ଲୋକଙ୍କୁ ପୁନଃ ମିଆଁମାର ପଠାଇବା ପାଇଁ ଆସାମ ରାଇଫଲ୍ସକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ମଣିପୁରର ମୁଖ୍ୟ ଶାସନ ସଚିବ ଭିନୀତ ଯୋଶୀ କହିଛନ୍ତି, ମିଆଁମାର୍ ନାଗରିକମାନଙ୍କୁ ଯଥା ଶୀଘ୍ର ରାଜ୍ୟରୁ କାଢ଼ୀବା  ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି  । ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ଏହି ଲୋକମାନେ ଶନିବାର ଏବଂ ରବିବାର ଦିନ ମଣିପୁରରେ ପହଞ୍ଚିଛନ୍ତି, ମିଆଁମାରରୁ ଆସିଥିବା ଲୋକମାନେ ବର୍ତ୍ତମାନ ମଣିପୁରର ସାତୋଟି ଭିନ୍ନ ଭିନ୍ନ ସ୍ଥାନରେ ରହୁଛନ୍ତି । ଚାନ୍ଦେଲ ଜିଲ୍ଲାର ଲାଜାଙ୍ଗ, ବନ୍ସ, ନୂଆ ସାମଟାଲ, ନୂଆ ଲାଜାଙ୍ଗ, ୟାଙ୍ଗୋନଫାଇ, ସା ମିଲ, ଆଇଓମଜଙ୍ଗରେ ରହୁଥିବା ନେଇ ସୂଚନା ରହିଛି ।

Related posts

 ଆସନ୍ତା ୭ ପର୍ଯ୍ୟନ୍ତ ସ୍କୁଲ ଏବଂ କଲେଜ ବନ୍ଦ

mahabharatanews

ଆଜି ଛତିଶଗଡ଼଼ ବିଧାନସଭା ନିର୍ବାଚନ

mahabharatanews

ଇମ୍ରାନ ଖାନଙ୍କୁ ମିଳିଲା ୧୪ଦିନ ପାଇଁ ଜାମିନ 

mahabharatanews