ମନୋରଞ୍ଜନ

ସାମ୍ନାକୁ ଆସିଲା ‘ସିଙ୍ଘମ ଏଗେନ’ର ପ୍ରଥମ ଝଲକ

(ମୁମ୍ବାଇ) : ସାମ୍ନାକୁ ଆସିଲା  ରୋହିତ ସେଟ୍ଟୀଙ୍କ ଫିଲ୍ମ  ‘ସିଙ୍ଘମ ଏଗେନ’ର ମୁଖ୍ୟ କଳାକାର ଅଜୟ ଦେବଗନଙ୍କ ପ୍ରଥମ ଝଲକ । ଏବେ ପୋଷ୍ଟରର ଗୋଟିଏ ପାର୍ଶ୍ବରେ ଅଜୟ ଦେବଗନ ନଜର ଆସିଥିବା ବେଳେ ଦ୍ବିତୀୟ ପାର୍ଶ୍ବରେ ସିଂହର ମୁହଁ ରହିଛି। ଫଟୋ ସେୟାର କରି ରୋହିତ ଲେଖିଛନ୍ତି, ସିଂହ ଆତଙ୍କ ସୃଷ୍ଟି କରେ ଏବଂ ଆହତ ସିଂହ ବିନାଶ ସୃଷ୍ଟି କରେ। ସମସ୍ତଙ୍କର ପ୍ରିୟ ବାଜିରାଓ ‘ସିଙ୍ଘମ’ ଫେରି ଆସିଛନ୍ତି। ‘ସିଙ୍ଘମ ଏଗେନ’।

ସୂଚନାନୁଯାୟୀ ,  ରୋହିତ ସେଟ୍ଟୀଙ୍କ ଦ୍ବାରା ନିର୍ଦ୍ଦେଶିତ ଫିଲ୍ମ ‘ସିଙ୍ଘମ’ ୨୦୧୧ ମସିହାରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରରେ ବଲିଉଡ ଅଭିନେତା ଅଜୟ ଦେବଗନ୍ ଏବଂ ସାଉଥ ଷ୍ଟାର କାଜଲ ଅଗ୍ରୱାଲ ନଜର ଆସିଥିଲେ। ଫିଲ୍ମଟି ବକ୍ସ ଅଫିସରେ ସୁପର ହିଟ୍ ହୋଇଥିଲା । ଏହା ପରେ ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ ଓ ଅଜୟ ଦେବଗନଙ୍କୁ ନେଇ ଫିଲ୍ମର ଦ୍ୱିତୀୟ ଭାଗ ‘ସିଙ୍ଘମ ରିଟର୍ନ’ ମୁକ୍ତିଲାଭ କରିଥିଲା । ​​ଏହି ଚଳଚ୍ଚିତ୍ରକୁ ମଧ୍ୟ ଦର୍ଶକଙ୍କ ଭଲପାଇବା ମିଳିଥିଲା। ଫିଲ୍ମର ୨ଟି ଭାଗ ସୁପରହିଟ ହେବା ପରେ ଏବେ ରୋହିତ ସେଟ୍ଟୀ ପୁଣି ଥରେ ‘ସିଙ୍ଘମ’ର ତୃତୀୟ ଭାଗ ନେଇ ଆସୁଛନ୍ତି।

Related posts

୬୦୦ କୋଟି ଟଙ୍କା ଆୟ କଲା ଫିଲ୍ମ‘ଯବାନ’

mahabharatanews

ଇଟାଲୀରେ ହେବ ଅନନ୍ତ ଅମ୍ବାନୀଙ୍କ ଦ୍ୱିତୀୟ ପ୍ରି-ୱେଣ୍ତିଂ

mahabharatanews

 ବିଦେଶ ଯାତ୍ରା କରିପାରିବେ ନାହିଁ    

mahabharatanews