ଅପରାଧ

ନାଳ ଭିତରୁ ନବଜାତ ଶିଶୁକନ୍ୟା ଉଦ୍ଧାର

(ରଜନୀକାନ୍ତ ପାତ୍ର/ହିଞ୍ଜିଳି): ଗଞ୍ଜାମ ଜିଲ୍ଲା ଆସିକା ଥାନା ଅଞ୍ଚଳରେ ଏକ ଦୁଃଖଦାୟକ ଘଟଣା ଘଟିଛି । ଥାନା ଅନ୍ତର୍ଗତ ବଡଖୋଲି ଗାଁ ନିକଟରେ ଥିବା ଏକ ନାଳରୁ ଆଜି ଏକ ଜନ୍ମିତ ଶିଶୁ କନ୍ୟାକୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରିଛନ୍ତି । ଆଜି ସକାଳେ ନାଳ ଭିତରୁ ନବଜାତଟି କାନ୍ଦୁଥିବା ଶୁଣି ସ୍ଥାନୀୟ ଲୋକେ ଏଏନଏମ ଦିଦି ଓ ଆଶାକର୍ମୀମାନଙ୍କୁ ଖବର ଦେଇଥିଲେ । ସେମାନେ ଘଟଣାସ୍ଥଳରେ ପହଞ୍ଚି ନାଳ ଭିତରୁ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରି ଚାଇଲ୍ଡ ଲାଇନକୁ ଜଣାଇଥିଲେ । ଉକ୍ତ ଶିଶୁଟିର ମାଆ ମାନସିକ ବିକୃତ ବୋଲି ଜଣାପଡିବା ପରେ ଉଭୟଙ୍କୁ ବାଲିଶିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଘଟଣାକୁ ନେଇ ଆସିକା ପୋଲିସ ଅନୁଧ୍ୟାନ କରୁଥିବା ସୂଚନା ମିଳିଛି ।

Related posts

ବିଜେପି ବିଧାୟକ ମହେଶ ନେଗିଙ୍କ ନାମରେ ଦୁଷ୍ମର୍ମ ଅଭିଯୋଗ ସହ ଡିଏନଏ ଟେଷ୍ଟ ଦାବି

mahabharatanews

ପୂର୍ବତନ କର୍ପୋରେଟରଙ୍କୁ ମରଣାନ୍ତକ ଆକ୍ରମଣ

mahabharatanews

କ୍ଷୀର ବ୍ୟବସାୟୀଙ୍କୁ ହତ୍ୟା ସନ୍ଦେହ

mahabharatanews