ବଡଚଣା : ବାପାମା ସନ୍ତାନ ଜନ୍ମ କରନ୍ତି ଓ ପାଳିପୋଷି ବଡ଼ କରିଥାନ୍ତି । କାରଣ ସେ ସନ୍ତାନ ବଡ଼ ହେଲେ ତାଙ୍କର ସାହାରା ହେବେ ବୋଲି । ଏଠି କିନ୍ତୁ ବେତିକର୍ମ ଦୃଶ୍ୟ ଦେଖିବାକୁ ମଳିଛି । ପ୍ରଥମେ ବୃଦ୍ଧା ମାଆ କୁ ମାଡ଼ ମାରି ଶଯ୍ୟା ସାଇ କଲା ବଡପୁଅ । ଆଉ ଏବେ ବାପାକୁ ମରିବା ପାଇଁ ଧମକ ଦେବାକୁ ପଛାଉ ନାହିଁ ନିଜେ ଜନ୍ମକଲା ବଡପୁଅ । ଯେଉଁଥି ପାଇଁ ଡରିକି ବୃଦ୍ଧ ବାପା ମଝିଆଣି ଝିଅ ପାଖରେ ଆଶ୍ରୟ ନେଇଛନ୍ତି । ଯେତେବେଳେ ବାପା କଲିକତା ଦମ୍ ଦମ୍ ଏୟାର ପୋର୍ଟରେ ଚାକିରି କରୁଥିଲେ ସେତେବେଳେ ସବୁ ଠିକ ଥିଲା । ଆଉ ଯେବେ ଚାକିରିରୁ ଅବସର ନେଲେ ସବୁତକ ଟଙ୍କା ବଡପୁଅ ନେବା ପରେ, ପଚାରେ କିଏ? ଏବେ ବୃଦ୍ଧା ମାଆ ବାପାଙ୍କ ସେବା କରିବା ବଦଳରେ ପୁଅର କୋପ ଦୃଷ୍ଟି ବଡିଛି ସମ୍ପତ୍ତି ଉପରେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମିଳିଛି କେନ୍ଦ୍ରାପଡା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ ଜଗନ୍ନାଥ ଗ୍ରାମରେ । ଧୁରୁବ ଚରଣ ମଳିକ ବୟସ ୮୦ ଛୁଇଁଲାଣି ।
ବଡପୁଅର ନିର୍ଯାତନା ସହିନ ପାରି, ମରିଯିବା ଭଅରେ ଜୀବନ ବିକଳରେ ଏବେ ବଡଚଣା ବ୍ଲକ ଅନ୍ତର୍ଗତ ପଣସୁଧା ଗ୍ରାମର ମଝିଆଣୀ ଝିଅ ପାଖରେ ଆଶ୍ରୟ ନେଇଛନ୍ତି । ସେ ଧମକ ଦେଉଥିବା ଯୋଗଜନ୍ମା ସେ ବଡପୁଅ ହେଉଛନ୍ତି ରବି ମଲ୍ଲିକ । ଯିଏକି ସମ୍ପତ୍ତି ପାଇଁ ନିଜ ମା, ବାପାଙ୍କୁ ନିର୍ଯାତନା ଦେବାସହ ମାରିବାକୁ ପଛାଉ ନାହାନ୍ତି । ଏନେଇ ନିକିରିଆ ଥାନାରେ ଅଭିଯୋଗ କରିଛନ୍ତି ବାପା ଧୂରୁବ ଚରଣ ମଳିକ ଏବଂ ପଣସୁଦ୍ଧା ଗ୍ରାମର ମଜିଆଣି ଝିଅ । ବୃଦ୍ଧ ବାପା ଝିଅ ପାଖରେ ରହୁଥିବା ବେଳେ ବୃଦ୍ଧା ମା, ସାନ ପୁଅ ପାଖରେ ରହୁଛନ୍ତିି । ଏବେ ବଡପୁଅ ଡେପୁଟି ମ୍ୟାନେଜର ଭାବେ ବ୍ୟାଙ୍କରେ ଚାକିରି କରୁଥିବା ବେଳେ ସାନ ପୁଅ ଦିନ ମଜୁରୀଆ ଭାବେ କାମ କରୁଛନ୍ତି । ସାନ ପୁଅ ବୋହୁ ଓ ଦୁଇ ନାତୁଣୀ ମା,ର ସେବା କରିବା ସହିତ ମେଡ଼ିସିନ ଖର୍ଚ୍ଚ ମଧ୍ୟ କରୁଛନ୍ତି । ଯାହାକି ସେ ପେସ୍ମିଟ କରି କହିଛନ୍ତି । ଏନେଇ ଗଣମାଧ୍ୟମ ପତିନିଧି ମନେ ତାଙ୍କ ଘର କୁ ସତ୍ୟସାତ ଜାଣିବାକୁ ଯାଇଥିଲେ ମଧ୍ୟ ଗଣମାଧ୍ୟମ ପର୍ତିନିଧି ଉପରେ ନାଲି ଆଖି ଦେଖାଇ ଚାଲିଜିବା ପାଇଁ କହିଥିଲେ ବଡପୁଅ ରବି । ପରେ ସଫେଇ ଦେବା ପାଇଁ ଭୁଲ ମାଗିଥିଲେ ।
