ଓଡିଶା

ବସ୍ତା ବ୍ଲକରେ ସୁରଭି କାର୍ଯ୍ୟକ୍ରମର ସ୍ୱତନ୍ତ୍ର ଅଭିଯାନ

ଉଦଳା/ ଦୀପକ ମିଶ୍ର :ବିଦ୍ୟାଳୟସ୍ତରରେ ପିଲାମାନଙ୍କର ସୃଜନଶୀଳ ପ୍ରତିଭାର ବିକାଶ ପାଇଁ ସରକାର ଓ ଶିକ୍ଷା ବିଭାଗ ପକ୍ଷରୁ ଶିଶୁ ମହୋତ୍ସବ ‘ସୁରଭି’ ଅଭିଯାନ ଆରମ୍ଭ କରିଛନ୍ତି । ଏହି ଅଭିଯାନକୁ ନେଇ ପ୍ରତ୍ୟେକ ବିଦ୍ୟାଳୟରେ ଆରମ୍ଭ ହୋଇଯାଇଛି ଏହି କାର୍ଯ୍ୟକ୍ରମ । ଠିକ୍ ସେହିଭଳି ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ଜାମଶୁଳି କ୍ଲଷ୍ଟର ଅନ୍ତର୍ଗତଶ୍ରୀ ମଙ୍ଗଳା ଉ:ପ୍ରା ବିଦ୍ୟାଳୟ ଦନେଇପୁର ଓ ବେଲି କ୍କଷ୍ଟର ଅନ୍ତର୍ଗତ ଉପେନ୍ଦ୍ରନାଥ ସରକାରୀ ଉ:ପ୍ରା ବିଦ୍ୟାଳୟ ପରିସରରେ ୨୦୨୨ ସୁରଭି ଶିଶୁ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଦନେଇପୁରଠାରେ ଅନୁଷ୍ଠିତ ସୁରଭି କାର୍ୟ୍ୟକ୍ରମରେ ଜାମଶୁଳି କ୍ଲଷ୍ଟରର ସିଆରସିସି ଭବାନୀ ଶଙ୍କର ମଣ୍ଡଳ ଅଦ୍ଧକ୍ଷତ୍ତା କରିଥିବା ବେଳେ ଅତିଥି ଭାବେ ବସ୍ତା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଜୟ କୁମାର ଜେନା, ଓଡ଼ିଶା ପ୍ରାଇଡର ସଭାପତି ମାନସ ଦାସ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରତାପଚନ୍ଦ୍ର ଧଳ, ସିଂଲା ପଞ୍ଚାୟତର ସରପଞ୍ଚ ବିପିନ ବିହାରୀ ବିଶ୍ଵାଳ, ଶିକ୍ଷକ ବିଜୟ କୁମାର ଜେନା, ଅନିରୁଦ୍ଧ ମଣ୍ଡଳ , ଅମୂଲ୍ୟ କୁମାର ପାତ୍ର,ବସନ୍ତ କୁମାର ଦାସ,ଗୟାମଣୀ ସାହୁ ବିଚାରକ ଓ ସ୍କୁଲ ପରିଚାଳନା କମିଟିର ସଭାପତି ହରିପଦ ସାହୁ ପ୍ରମୁଖ ଯୋଗ ଦେଇ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିବା ବେଳେ,କୁମୁଦ କୁମାର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।

ସେହିପରି ଉପେନ୍ଦ୍ରନାଥ ବିଦ୍ୟାଳୟରେ ସିଆରସିସି ସେକ ମୁସଲିମ ସଭାପତିତ୍ଵ କରିଥିବା ବେଳେ, ଅତିଥିଭାବେ ରଘୁନାଥପୁର ପଞ୍ଚାୟତର ସରପଞ୍ଚ ଅନନ୍ତ ବାରିକ, ଅବସର ପ୍ରାପ୍ତ ଶିକ୍ଷକ ଅଚ୍ୟୁତା ନନ୍ଦ ଗିରି,ରଘୁନାଥ ରାଉଳ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ମିଶ୍ର, ପରିଚାଳନା କମିଟିର ସଭାପତି ଅଞ୍ଜନ କୁମାର ଘୋଷ ପ୍ରମୁଖ ଉପସ୍ଥିତ ରହି ,ଶିଶୁ ମହୋତ୍ସବ ସୁରଭି ଉଦ୍ଦେଶ୍ୟରେ ଆଲୋକପାତ କରି କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିବା ବେଳେ, ଶିକ୍ଷକ ଚିନ୍ମୟ କୁମାର ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।

Related posts

ମାଲାକନାଗିରିକୁ ଉଡ଼ିବ ବିମାନ

mahabharatanews

ରାଜ୍ୟରୁ ୧୨ ପୁଲିସ କର୍ମଚାରୀଙ୍କୁ ପୁଲିସ ପଦକ, ୨ ଜଣଙ୍କୁ ରାଷ୍ଟ୍ରପତି ପଦକ

mahabharatanews

୨୦୦୧ ବ୍ୟାଚ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

mahabharatanews