ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ହାଥରସରେ ବଡ଼ ଦୁର୍ଘଟଣା । ସତସଙ୍ଗରେ ଅଧିକ ଗହଳି ପାଇଁ ଦଳାଚକା ହେବାରୁ ୫୦ ଅଧିକ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଦଳଚକଟାରେ ଅନେକ ଲୋକ ଆହତ ହୋଇଥିବା ସୂଚନା ରହିଛି । ଦୁର୍ଘଟଣା ସମ୍ପର୍କରେ ଖବର ପାଇଁ ବରିଷ୍ଠ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ଆହାତ ମାନଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା ।
ମାନବ ମଙ୍ଗଳ ମିଳନ ସଦଭାବନା ସଙ୍ଗମ କମିଟି ପକ୍ଷରୁ ଏହି ସତସଙ୍ଗର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷ ହେବା ପରେ ଭକ୍ତମାନେ ଘରକୁ ଫେରିଯିବାକୁ ବାହାରିଥିଲେ । ସେତେବେଳେଏହି ଦଳା ଚକଟା ପରିସ୍ଥିତି ଉପୁଜିଥିଲା । ସିକନ୍ଦରା ରାଓ ଥାନା ଅଧିକାରୀ କହିଛନ୍ତି ଆଶିଷ କୁମାର କହିଛନ୍ତି ଅଧିକ ଭିଡ଼ ଯୋଗୁଁ ଦଳାଚକଟା ହୋଇଥିବା ଜଣାପଡ଼ୁଛି ।
ସୂଚନା ଅନୁଯାୟୀ ମାନବ ମଙ୍ଗଳ ମିଳନ ସଦଭାବନା ସଙ୍ଗମ କମିଟି ପକ୍ଷରୁ ଏହି ସତସଙ୍ଗର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷ ହେବା ପରେ ଭକ୍ତମାନେ ଯେତେବେଳେ ଘରକୁ ଫେରିଯିବାକୁ ବାହାରିଥିଲେ ସେତେବେଳେ ଦଳାଚକଟା ହୋଇଥିଲା ।
previous post