ଓଡିଶା

ନିର୍ବାଚନ ଆଚରଣବିଧି ଉଲ୍ଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ -ସିଇଓ

ଭୁବନେଶ୍ୱର /ହରପ୍ରସାଦ ବିଶୋଇ:ରାଜନୈତିକ ଦଳଗୁଡିକ ବିରୋଧରେ ବହୁତ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆସିଛି । ଭୋଟରକୁ ଲାଞ୍ଚ ଦେବା, ଭୋଟ ପାଇଁ ଧମକଇବା ଭଳି ଅଭିଯୋଗ ହେବାପରେ ସିଇଓ ଆଜି ପ୍ରେସ ବିଜ୍ଞପ୍ତି ଜାରି କରି ସବିଶେଷ ସୂଚନା ଦେଇଛନ୍ତି । ଭୋଟରକୁ ଲାଞ୍ଚ, ପ୍ରୋଲଭନ ଦେବା ଅପରାଧ ଭଳି ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବ । ସି ଭିଜିଲ ଆପ ମାଧ୍ୟମରେ ସାଧାରଣ ଲୋକେ ଅଭିଯୋଗ କରିପାରିବେ । ଅଭିଯୋଗ ଆସିଲେ ୧୦୦ ମିନିଟ ଭିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଇତି ମଧ୍ୟରେ ଏ ପର୍ଯ୍ୟନ୍ତ ୧୦୨ ଟି ଅଭିଯୋଗ ଆସିଛି ୨୧୬ ଜଣ ଗିରଫ ହୋଇଛନ୍ତି। । ତାହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ମଡେଲ କୋଡ଼ ଅଫ କଣ୍ଡକ୍ଟ ନେଇ କଠୋର ହେବ କାର୍ଯ୍ୟାନୁଷ୍ଠାନ। ରାଜନୈତିକ ଦଳର ନେତା, କର୍ମୀ ଓ ପ୍ରାର୍ଥୀଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କ ଚେତାବନୀ। ଆଦର୍ଶ ଆଚରଣ ବିଧି ମାନନ୍ତୁ, ନହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Related posts

ଅସହାୟ ବୃଦ୍ଧବୃଦ୍ଧାଙ୍କୁ କମ୍ବଳ ବଣ୍ଟନ

mahabharatanews

ଗୁରୁତର ଅବସ୍ଥାରେ କୁଟୁରା ଉଦ୍ଧାର

mahabharatanews

ବିଶ୍ୱପ୍ରସିଦ୍ଧ ରଥଯାତ୍ରା: ଆଉ ମାତ୍ର ଅପେକ୍ଷା ୬ ଦିନ  

mahabharatanews