ଓଡିଶା

ଭୁବନେଶ୍ୱର ଓ କଟକ ବାର ମାଲିକଙ୍କ ପାଇଁ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର : ଟୁଇନସିଟି ଭୁବନେଶ୍ୱର ଓ କଟକରେ ଥିବା ମଦ ବାରଗୁଡ଼ିକରେ ବାଉନ୍ସର ରଖିପାରିବେ ନାହିଁ । ବାର ମାଲିକମାନେ କେବଳ ପଞ୍ଜିକୃତ ପ୍ରାଇଭେଟ୍ ସିକ୍ୟୁରିଟି ଏଜେନ୍ସିଗୁଡ଼ିକଠୁ ସୁରକ୍ଷା କର୍ମଚାରୀଙ୍କୁ ନେଇ ନିଜ ବାରରେ ନିୟୋଜିତ କରିପାରିବେ । ମଦ ବାରଗୁଡ଼ିକରେ ନିୟୋଜିତ ହେଉଥିବା ବାଉନ୍ସରମାନଙ୍କ ନାଁରେ ବିଭିନ୍ନ ଅଭିଯୋଗ ମିଳିବା ପରେ ନଭେମ୍ବର ୧ରେ ଟୁଇନସିଟି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଅନୁରୂପ ନିର୍ଦ୍ଦେଶନାମା ୨ମାସ ପାଇଁ ଜାରି କରିଥିଲେ । ଏବେ ପୁଣିଥରେ କମିଶନରେଟ ପୋଲିସ ୨୦୨୨ ମାର୍ଚ୍ଚ ୧୧ରୁ ମଇ ୯ତାରିଖ ପର୍ଯ୍ୟନ୍ତ ପୂର୍ବ କଟକଣାକୁ ବଳବତ୍ତର ରଖିଛନ୍ତି ।

ପୋଲିସ କମିଶନର ଶ୍ରୀ ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି ଯେ, ଟୁଇନସିଟି କମିଶନରେଟ ପୋଲିସ ଅଂଚଳରେ ଥିବା ମଦ ବାରଗୁଡ଼ିକର ସୁରକ୍ଷାରେ ତାର ମାଲିକମାନେ ବାଉନ୍ସର ନିଜସ୍ୱ ସୁରକ୍ଷାକର୍ମୀ ନିୟୋଜିତ କରୁଥିବା ସରକାରଙ୍କ ଦୃଷ୍ଟିକୁ ଆସିଛି । ଏଭଳି ସୁରକ୍ଷାକର୍ମୀମାନଙ୍କ ନାଁରେ ବହୁ ଅପରାଧ ମାମଲା ମଧ୍ୟ ନିକଟ ଅତୀତରେ ରୁଜୁ ହୋଇଛି । ବାଉନ୍ସର ମାନେ ସାଧାରଣ ଗ୍ରାହକଙ୍କ ଜୀବନ ପ୍ରତି ବିପଦ ତଥା ସାମାଜିକ ଶାନ୍ତି ବ୍ୟାହତ କରିବାର ଆଶଙ୍କା ରହୁଛି । ଏଣୁ ଉଭୟ ଭୁବନେଶ୍ୱର ଓ କଟକରେ ଥିବା ବାର ମାଲିକମାନଙ୍କ ପାଇଁ ପୋଲିସ କମିଶନର ଆସନ୍ତା ୨ମାସ ପର୍ଯ୍ୟନ୍ତ କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି ।

Related posts

ଗ୍ରୀଷ୍ମ ପାଇଁ ସ୍ୱତନ୍ତ୍ର ଟ୍ରେନ୍ 

mahabharatanews

ନଦୀରେ ଓଲଟିଲା ଡଙ୍ଗା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

mahabharatanews

ଆସନ୍ତା ୨୫ ଯାଏ ଶୀତ ଲହରୀ ଜାରି ସମ୍ଭାବନା: ଅନାବଶ୍ୟକ ସ୍ଥଳେ ଘରେ ରହିବାକୁ ପରାମର୍ଶ

mahabharatanews