ବାରିପଦା: ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକରେ ଏକ ସଙ୍ଗରୋଧ କେନ୍ଦ୍ରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ସଙ୍ଗରୋଧ କେନ୍ଦ୍ରରେ ଜଣେ ଅନ୍ତେବାସୀ ଆତ୍ମହତ୍ୟା କରିବା ଅଭିଯୋଗ ହୋଇଛି। ଏହି ଘଟଣା ସେହି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି। ଏହି ଖବର ପ୍ରଚାର ହେବା ପରେ ଘଟଣାସ୍ଥଳରେ ଜନଗହଳୀ ଦେଖିବାକୁ ମିଳିଛି ।
ସୂଚନା ଅନୁଯାୟୀ, ବେତନଟୀ ବ୍ଲକ୍ ଅନ୍ତର୍ଗତ ଅଁଳା ପଞ୍ଚାୟତର ସଙ୍ଗରୋଧ କେନ୍ଦ୍ରରେ ଜଣେ ଅନ୍ତେବାସୀ ଆତ୍ମହତ୍ୟା କରିଥିବା କୁହାଯାଉଛି। ମୃତକ ଜଣକ ହେଲେ ବୈଶିଙ୍ଗା ଥାନା ଅଧୀନସ୍ଥ ରାଇକମାର ଜଗନ୍ନାଥ ବେହେରାଙ୍କ ପୁଅ ସୁରେନ୍ଦ୍ର ବେହେରା (୩୫)। ତାଙ୍କ ଘର ବୋଲି ଜଣାପଡ଼ିଛି ! ମୃତକ ତାମିଲନାଡୁରୁ ଫେରି ନିଜ ପତ୍ନୀଙ୍କ ସହିତ ସଙ୍ଗରୋଧରେ ଥିଲେ । ସେ ସଙ୍ଗରୋଧ କେନ୍ଦ୍ର ନିକଟସ୍ଥ ଏକ ମହୁଲ ଗଛରେ ଫାସି ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି। ଉକ୍ତ ସଙ୍ଗରୋଧ କେନ୍ଦ୍ରରେ କୌଣସି ସୁରକ୍ଷା କର୍ମୀ ନିୟୋଜିତ ନଥିବା କୁହାଯାଉଛି।
।
previous post
next post