ଅପରାଧ

ଅଭିନେତା ଆସିଫ ବସ୍ରାଙ୍କ ଆତ୍ମହତ୍ୟା

ଧରମଶାଳା: ହିନ୍ଦୀ ଫିଲ୍ମ ଅଭିନେତା ଆସିଫ ବସରା ଗୁରୁବାର ଦିନ ହିମାଚଳର କାଙ୍ଗଡା ଜିଲ୍ଲା ଧର୍ମଶାଳାର ଜୋଗିବାଡା ରୋଡ୍ ସ୍ଥିତ ଏକ କାଫେ ନିକଟରେ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟାର କାରଣ ଜଣା ପଡିନଥିବା କାଙ୍ଗଡା ଏସପି ବିମୁକ୍ତ ରଞ୍ଜନ କହିଛନ୍ତି । ପୋଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି ଓ ମାମଲାର ତଦନ୍ତ ଆରମ୍ଭ କରିଛି।
ଆସିଫ ଜଣେ ବିଦେଶୀ ମହିଳା ବାନ୍ଧବୀଙ୍କ ସହ ଗତ ୫ ବର୍ଷ ହେଲା ମ୍ୟାକ୍ଲେଡଗଞ୍ଜରେ ଏକ ଭଡା ଘରେ ରହୁଥିଲେ । ଗୁରୁବାର ଅପରାହ୍ନ ସମୟରେ ସେ ନିଜ ପୋଷା କୁକୁରକୁ ବୁଲେଇବାକୁ ନେଇଯାଇଥିଲେ। ଏହାପରେ ଘରକୁ ଫେରି ପୋଷା କୁକୁରର ବେଲ୍ଟରେ ଆତ୍ମହତ୍ୟା କରିଛନ୍ତି। ସେ ବଲିଉଡରେ ଏକାଧିକ ହିନ୍ଦୀ ଚଳଚିତ୍ରରେ ନଜର ଆସିଛନ୍ତି । ତାଙ୍କ ଅଭିନିତ ଫିଲ୍ମ ମଧ୍ୟରେ ରହିଛି ୱାନ୍ସ ଅପନ ଏ ଟାଇମ ଇନ ମୁମ୍ବାଇ, ଜବ ଉଇ ମେଟ, କାଇ ପୋ ଚେ ।

 

Related posts

ପଟିଆ ଷ୍ଟେସନ ଅଞ୍ଚଳରେ ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା :ଧରାପଡ଼ିଲା ମୁଖ୍ୟ ଅଭିଯୁକ୍ତ

mahabharatanews

  ଠକ ବାପା ପୁଅ ଗିରଫ

mahabharatanews

ଲୋମଟାଙ୍କୁରା ଘଟଣା : ଯୁବତୀଙ୍କୁ ବନ୍ଧକ ରଖି ୪ ଦିନ ଗଣଦୁଷ୍କର୍ମ

mahabharatanews

Leave a Comment