ଓଡିଶା

ଗୁରୁବାର ଦିନ ନାରୀ ଶକ୍ତି ବନ୍ଦନ ଅଧିନିୟମ ବିଷୟ ରେ ଜନ ସଚେତନତା ସୃଷ୍ଟି

ନାରୀ ଶକ୍ତି ବନ୍ଦନ  କାର୍ଯ୍ୟକ୍ରମ ଅଧିନିୟମ ୨୦୨୩ ଯାହାର  ଉଦ୍ଦେଶ୍ୟ ହେଉଛି ମହିଳା ମାନଙ୍କର ରାଜନୈତିକ ପ୍ରତିନିଧିତ୍ବ ବୃଦ୍ଧି କରିବା ଏବଂ ଦେଶ ଗଠନ ରେ ନାରୀ ମାନଙ୍କର ଏକ ପ୍ରମୁଖ ଭୂମିକା କୁ ପ୍ରୋତ୍ସାହିତ କରିବା ଯତ୍ ଦ୍ୱାରା ଦେଶ ର ପ୍ରଗତି ମହିଳା ମାନଙ୍କ ନେତୃତ୍ୱ ରେ ସମ୍ଭବ ହୋଇ ପାରିବ। ମହିଳା ମାନଙ୍କ ମଧ୍ୟ ରେ ନିଷ୍ପତି ନେବା ର କ୍ଷମତା ତଥା ନେତୃତ୍ୱ ର ବିକାଶ ଦ୍ୱାରା ହିଁ ଏହି ଅଧି ନିୟମ ର ଉଦ୍ଦେଶ୍ୟ ପୂର୍ଣ୍ଣ ହୋଇପାରିବ। ଗଜପତି ଜିଲ୍ଲା ପ୍ରସାଶନ ଏବଂ ଜିଲ୍ଲା ମିଶନ ଶକ୍ତି ବିଭାଗ ତରଫ ରୁ  ତାରିଖ ଗୁରୁବାର ଦିନ ନାରୀ ଶକ୍ତି ବନ୍ଦନ ଅଧିନିୟମ ବିଷୟ ରେ ଜନ ସଚେତନତା ସୃଷ୍ଟି କରିବା ଏବଂ ମହିଳା ମାନଙ୍କ ମଧ୍ୟ ରେ ନିଷ୍ପତି ନେବା ର କ୍ଷମତା ତଥା ନେତୃତ୍ୱ ର ବିକାଶ ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଉଛି ଏଥି ମଧ୍ୟ ରେ ରହିଛି ସଚେତନତା ପଦଯାତ୍ରା ଏବଂ ସଭା। ଏହି କାର୍ଯ୍ୟକ୍ରମ ଉଦ୍ଦେଶ୍ୟ ରେ ଜିଲ୍ଲା ର ୨୦୦ ରୁ ଉର୍ଦ୍ଧ ମହିଳା ସଂଗଠିତ ହୋଇଥିଲେ। କାର୍ଯ୍ଯକ୍ରମ ର ଆରମ୍ଭ ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ସ୍ୱୟଂ ଚଳିତ ମହା ବିଦ୍ୟାଳୟ ଠାରୁ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ପର୍ଯ୍ୟନ୍ତ ଆୟୋଜିତ ସଚେତନତା ପଦଯାତ୍ରା ମାଧ୍ୟମ ରେ ହୋଇଥିଲା ଏହି ବିଶାଳ ପଦଯାତ୍ରା କୁ ଗଜପତି ଜିଲ୍ଲା ପରିଷଦ ର ଅଧ୍ୟକ୍ଷ ଶ୍ରୀ ଜି. ତିରୁପତି ରାଓ ସବୁଜ ପତାକା ଦେଖାଇ ଉଦଘାଟନ କରିଥିଲେ। ପଦଯାତ୍ରା ରେ ପ୍ରମୁଖ ଭାବରେ ଗଜପତି ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଦୟାମୟ ପାଢ଼ୀ, ଏବଂ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ପୃଥ୍ୱୀରାଜ ମଣ୍ଡଳ,   ଜିଲ୍ଲା ପ୍ରକଳ୍ପ ସଂଯୋଜକ, ମିଶନ ଶକ୍ତି,ଶ୍ରୀ ତିମନ ବାରା, ସଖୀ ୱାନ ଷ୍ଟପ ସେଣ୍ଟର, ଭିନ୍ନକ୍ଷମ ବ୍ୟକ୍ତି ଙ୍କ ନିମନ୍ତେ କାର୍ଯ୍ୟ କରୁଥିବା ଅନୁଷ୍ଠାନ ସାମର୍ଥ୍ୟ, କିନ୍ନର ସଂଘ,  ସିଡ଼ିପିଓ, ଅଙ୍ଗନବାଡି କର୍ମୀ, ଆଶା, ସ୍ୱଚ୍ଛ ସାଥୀ, MBK, CRP ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ମାନେ ଯୋଗ ଦାନ କରି ବିଭିନ୍ନ ସଚେତନା ମୂଳକ ବାର୍ତ୍ତା ଦେଇ ପଦଯାତ୍ରା ମାଧ୍ୟମ ରେ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଆୟୋଜିତ ସଚେତନତା ସଭା ରେ ଯୋଗ ଦେଇଥିଲେ ଉକ୍ତ ସଭା ରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଦୟାମୟ ପାଢ଼ୀ, ଏବଂ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ପୃଥ୍ୱୀରାଜ ମଣ୍ଡଳ, ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମନୋରମା ଦେବୀ, ସୁରକ୍ଷା ଅଧିକାରୀ ଶ୍ରୀମତୀ ସରଳା ପାତ୍ର, ଉପଖଣ୍ଡ କର୍ଯ୍ୟାଧିକାରିଣୀ ସୁଶ୍ରୀ ସ୍ନିଗ୍ଧା ରାଣୀ ଭୂୟାଁ, କିଶୋର ନ୍ୟାୟ ପରିଷଦ ର ସଭ୍ୟା ଶ୍ରୀମତୀ ଭାଗ୍ୟ ଲକ୍ଷ୍ମୀ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କାର୍ଯ୍ୟକ୍ରମ ନାରୀ ଶକ୍ତି ବନ୍ଦନ ଅଧିନିୟମ ବିଷୟ ରେ ସଚେତନ କରିଥିଲେ। କାର୍ଯ୍ୟକ୍ରମ ଟି  ସମସ୍ତ ମିଶନ ଶକ୍ତି ବିଭାଗ ର କର୍ମଚାରୀ ଏବଂ ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀ ତିମନ୍ ବାରା ଙ୍କ ତତ୍ୱାବଧାନତା ରେ ପରିଚାଳିତ ହୋଇଥିଲା।

Related posts

ମାଲକାନଗିରି ଜିଲ୍ଲାରୁ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ଘରୋଇ ଡ଼ାକ୍ତରଖାନାରେ ରୋଗୀଙ୍କୁ ଶୋଷଣ

mahabharatanews

ବିବାହ ମଣ୍ଡପରେ ଝୁଲୁଛି ଯୁବକଙ୍କ ମୃତଦେହ

mahabharatanews