ଓଡିଶାପାଣିପାଗ

ରାଜ୍ୟର ଚାରୋଟି ସହରରେ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ତଳକୁ ଖସିଛି

ଭୁବନେଶ୍ୱର:- ଗତ କିଛି ଦିନ ଧରି ଓଡ଼ିଶାରେ ଶୀତର ପ୍ରକୋପ ଅନୁଭୂତ ହେବା ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ହ୍ରାସ ପାଉଛି । ଆଞ୍ଚଳିକ ପାଣିପାଗ ବିଭାଗ ରିପୋର୍ଟ ଅନୁଯାୟୀ, ରାଜ୍ୟର ଚାରୋଟି ସହରରେ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ତଳକୁ ଖସିଛି । ରାଜ୍ୟର ସର୍ବନିମ୍ନ ତାପମାତ୍ରା ସେମିଲିଗୁଡ଼ରେ ୭.୧ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ସେହିପରି ଜି ଉଦୟଗିରିରେ ୭.୪ ଡିଗ୍ରୀ ସେଲସିୟସ୍, ଦାରିଙ୍ଗବାଡିରେ ୭.୫ ଡିଗ୍ରୀ ସେଲସିୟସ୍ ଏବଂ ଫୁଲବାଣୀରେ ୮.୫ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୯ଟି ସହର ୧୨ ଡିଗ୍ରୀ ସେଲସିୟସ୍ ତଳେ ରହିଛି।ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡ଼ାରେ ୧୦.୯ ଡିଗ୍ରୀ, ରାଉରକେଲାରେ ୧୧.୧ ଡିଗ୍ରୀ, ଚିପିଲିମାରେ ୧୧.୨ ଡିଗ୍ରୀ, କିରେଇରେ ୧୧.୫ ଡିଗ୍ରୀ, ଭବାନୀପାଟଣାରେ ୧୧.୫ ଏବଂ ଅନୁଗୁଳରେ ୧୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Related posts

ଭୁବନେଶ୍ୱରରୁ ଆଉ ୧୪ କରୋନା ପଜିଟିଭ ଚିହ୍ନଟ

mahabharatanews

୧ରୁ ଖଣ୍ଡଗିରି ମେଳା,୫ରୁ ଯାତ୍ରା

mahabharatanews

କରୋନା ପଥେ ଜଗତ୍ସିଂହପୁର: ଏକା ଥରକେ ୪ ଚିହ୍ନଟ

mahabharatanews