ଭଦ୍ରକ: ଗାଁରେ ଶୋକ ଓ ଭୟର ବାତାବରଣ । କାହା ଘରେ ଜଳୁନି ଚୁଲି । କାରଣ ଗାଁରେ ଘଟିଯାଇଛି ଏକ ଅଘଟଣ । ଏହାକୁ ନେଇ ଲୋକେ ଆତଙ୍କିତ କୌଣସି ଅଘଟଣ ଆଶଙ୍କାରେ । ଗାଁର ଜଗନ୍ନାଥ ମନ୍ଦିରରେ ଜଳିଗଲେ ଚତୁର୍ଦ୍ଧା ମୂର୍ତ୍ତି । ଜଗନ୍ନାଥ , ବଳଭଦ୍ର, ମା ସୁଭଦ୍ରାଙ୍କ ସହ ସୁଦର୍ଶନଙ୍କ ମୂର୍ତ୍ତି ଜଳିଯାଇଛି । ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପାଳିଆବିନ୍ଧା ସାହୁସାହି ଗାଁରେ ।
ଗୋଟିଏ ପରେ ମହାମାରୀ କରୋନା କବଳରେ ତିହିଡି ବ୍ଲକ ଥିବାକୁ ନେଇ ଲୋକେ ଭୟରେ । ପାଲିଆବିନ୍ଧ ସାହୁସାହି ଗାଁରେ ଥିବା ଶ୍ରୀ ଜଗନ୍ନାଥ ଜୀଉପୀଠରେ ପୂଜା ପାଉଥିବା ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ ସହ ସୁଦର୍ଶନ ଗତକାଲି ଭାଗବତ ପାଠ ପରେ ଲୋକେ ଘରକୁ ଯାଇଥିଲେ । କିଛି ସମୟ ପରେ ମନ୍ଦିରରେ ନିଆଁ ଲାଗିଯାଇଥିଲା । ନିଆଁ ଦେଖି ଗାଁ ଲୋକେ ମନ୍ଦିରକୁ ଧାଇଁଲେ । ଲୋକେ ସଙ୍ଗେସଙ୍ଗେ ନିଆଁ ଲିଭାଇଥିଲେ । ସେତେବେଳକୁ ମୂର୍ତ୍ତି ଜଳୁଥିଲା । ଲୋକେ ପାଣି ଢାଳି ନିଆଁ ଲିଭାଇଥିଲେ ମଧ୍ୟ ଠାକୁରଙ୍କ ଗହଣା ଓ ଆସବାବପତ୍ର ଜଳିଯାଇଥିଲା । ଏହି ଘଟଣାକୁ ନେଇ ଲୋକେ ଆତଙ୍କରେ । ଗାଁରେ ଗତକାଲିଠାରୁ ରନ୍ଧାବଢା ବନ୍ଦ ରହିଛି । ମୂର୍ତ୍ତି ସିମେଣ୍ଟରେ ତିଆରି ହୋଇଥିବାରୁ ସମ୍ପୂର୍ଣ ଜଳିନାହିଁ। ଗାଁ ଲୋକେ ଅଜଣା ଭୟରେ ଆତଙ୍କିତ ହୋଇପଡିଛନ୍ତି ।
previous post