Uncategorized

ସୁସ୍ଥ ହୋଇ ଅଫସିକୁ ଫେରିଲେ ବ୍ରିଟେନ ପ୍ରଧନମନ୍ତ୍ରୀ

ଇଂଲଣ୍ଡ: ମହାମାରୀ କରୋନାକୁ ହରାଇ ଶେଷରେ ଆଜି ବ୍ରିଟେନ ପ୍ରଧାନମନ୍ତ୍ରୀ ବେରିଶ ଜନସନ ତାଙ୍କ ଅଫିସରେ ପହଁଚିଛନ୍ତି । ସୁସ୍ଥ ହେବା ପରେ ଦୁଇ ସପ୍ତାହ ଘରେ ଏକାନ୍ତବାସରେ ରହିବା ପରେ ଆଜି ଅଫିସରେ ପହଁଚିଛନ୍ତି । ସେ ଏପ୍ରିଲ ୧୨ରେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ବୋରିସଙ୍କ ଅନୁପସ୍ଥିତିରେ ବ୍ରିଟେନର ବୈଦେଶିକ ମନ୍ତ୍ରୀ ଡମିନିକ ରାବ ତାଙ୍କ ଦୟିତ୍ୱ ତୁଲାଉଥିଲେ ।

ସୂଚନା ଅନୁଯାୟୀ, ଏପ୍ରିଲ ପ୍ରଥମ ସପ୍ତାହରେ ବୋରିସ କରୋନାରେ ଆକ୍ରାନ୍ତ ହେବା ଖବର ସାମ୍ନାକୁ ଆସିଥିଲା । ଏହା ପରେ ତାଙ୍କ ଚିକିତ୍ସା ହୋଇଥିଲା । ଏପରିକି ସେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । କିନ୍ତୁ ଶେଷରେ ସେ କରୋନାକୁ ମାତ ଦେଇ ସୁସ୍ଥ ହୋଇଥିଲେ ଓ ଏପ୍ରିଲ ୧୨ରେ ଘରକୁ ଫେରି ଥିଲେ । ଏହା ପରେ ସେ ୨ ସପ୍ତାହ ପର୍ଯ୍ୟନ୍ତ ଘରେ ଏକାନ୍ତବାସରେ ରହିଥିଲେ । ଏହା ପରେ ତାଙ୍କ କରେ।।ନା ଟେଷ୍ଟରେ ରିପୋର୍ଟ ନେଗେଟିଭ ଆସିବାରୁ ସେ ତାଙ୍କ କାର୍ଯ୍ୟକୁ ଫେରିଛନ୍ତି ।

Related posts

ବିଦେଶ ଯାତ୍ରା ପାଇଁ ଦିଲ୍ଲୀ କୋର୍ଟରେ ଶଶି ଥରୁରଙ୍କ ଆବେଦନ

mahabharatanews

ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିଥାଏ ଅଳସୀ

mahabharatanews

ଇନଷ୍ଟାଗ୍ରାମରେ ଡ଼େବ୍ୟୁ କଲେ କରୀନା

mahabharatanews