ଓଡିଶା

ସମସ୍ତ ବିଦ୍ୟାଳୟ କୁ ନେଇ ଅନୁଷ୍ଠିତ ହୋଇଛି ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସରଗିଫୁଲ…

ସୁନ୍ଦରଗଡ ଜିଲ୍ଲା ମଙ୍ଗଳ ବିଭାଗ ଅଧିନସ୍ଥ ସମସ୍ତ ବିଦ୍ୟାଳୟ କୁ ନେଇ ଅନୁଷ୍ଠିତ ହୋଇଛି ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସରଗିଫୁଲ । ଦେଓକରଣପୁର ସ୍କୁଲରେ ଅନୁଷ୍ଠିତ ଏହି ଶିଶୁ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସୁରଜ ପଟ୍ଟନାୟକ, ପିଏ ଅ।ଇଟିଡିଏ ସୁରେନ୍ଦ୍ର ସେଠି ,ମଙ୍ଗଳ ଅଧିକାରୀ ଭାଗିରଥି ପଟେଲ ଯୋଗ ଦେଇ ଥିଲେ। ଜିଲ୍ଲାରେ ରହିଥିବାଉ ମଙ୍ଗଳ ବିଭାଗର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏହି ଜିଲ୍ଲା ସ୍ତରୀୟ ମହବୋତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ଏଠାରେ ଯେଉଁ ପ୍ରତିଯୋଗୀ ମାନେ କୃତିତ୍ଵ ହାସଲ କରିବେ ସେମାନେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଭାଗନେବେ। ଛାତ୍ର/ଛାତ୍ରୀଙ୍କ ପ୍ରତିଭାକୁ ପରିପ୍ରକାଶ କରିବା ପାଇଁ ଏହା ଏକ ଭଲ ମଂଚ ବୋଲି ଅତିଥି କହିଥିଲେ। ଏହି ଅବସରରେ ବିଭିନ୍ନ ବିଦ୍ୟାଳୟରୁ ଅ।ସିଥିବା ଛାତ୍ର/ଛାତ୍ରୀ ମାନେ ଚିତାକର୍ଷକ ନୃତ୍ୟ ପରିବେଷଣ କରିଥିଲେ।

Related posts

ଆଦିବାସୀମେଳାରେ ଅଧିକ ୧୦୦ଟି ଷ୍ଟଲ

mahabharatanews

ଖୁବଶୀଘ୍ର ନିର୍ମାଣ ହେବ ତାଳଚେର୍-ଅନୁଗୁଳ ରେଳ ଲାଇନ୍ 

mahabharatanews

୭୦ ଲକ୍ଷରେ ୧୭ଟି ମାଛ 

mahabharatanews