Uncategorized

ନାଗାପାଟନମରେ ୩୬୫ କୋଟି ଟଙ୍କାର ମେଡିକାଲ କଲେଜ ପାଇଁ ଶିଳାନ୍ୟାସ

ନାଗାପାଟନମ: ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ ପଲାନିସାମୀ ଆଜି ନାଗାପାଟନମର ଓରାଥରଠାରେ ଏକ ନୂତନ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଶିଳାନ୍ୟାସ କରିଛନ୍ତି । ଏହି ମେଡିକାଲ କଜେଲ ପ୍ରତିଷ୍ଠା ପାଇଁ ୩୬୫ କୋଟି ଟଙ୍କା ଖର୍ଚ୍ଚ ହେବ । ଏଥିସହ ସରକାର ନାଗାପାଟନମର ବିକାଶକୁ ଦ୍ୱିଗୁଣିତ କରିବାକୁ ମଧ୍ୟ ଘୋଷଣା କରିଛି । ମେଡିକାଲର ଶିଳାନ୍ୟାସ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ନୂତନ ମେଡିକାଲ କଲେଜ ରାଜ୍ୟ ପାଇଁ ସ୍ୱୀକୃତି ପାଇଥିବା ୧୧ଟି କଜେଲ ମଧ୍ୟରୁ ଗୋଟିଏ । ଏହା ୨୪ ଏକର ପରିମିତ ଜାଗା ଉପରେ ନିର୍ମାଣ କରାଯିବ । ରାଜ୍ୟରେ ସମସ୍ତ ଜିଲ୍ଲାରେ ଗୋଟିଏ କରି ମେଡିକାଲ ନିର୍ମାଣ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି ।

ଗରିବ ଓ ପୀଡିତଙ୍କ ପାଇଁ ତାମିଲନାଡୁ ସ୍ୱାସ୍ଥ୍ୟସେବାରେ ଆଗରେ ଥିବା ସେ କହିବା ସହ ବିଗତ ୫ ବର୍ଷରେ ଅଙ୍ଗ ପ୍ରତିରୋପଣ କ୍ଷେତ୍ରରେ ରାଜ୍ୟ ଆଗରେ ରହିଛି । କର୍କଟ ରୋଗୀଙ୍କୁ ରାଜ୍ୟ ସରକାର ଉନ୍ନତ ମାନର ଚିକିତ୍ସା ଯୋଗାଇ ଦେଉଛି, ମୁଖତଃ ଗରିବ ପରିବାରର କର୍କଟ ରୋଗୀଙ୍କୁ ଚିକିତ୍ସା ଯୋଗାଇ ଦିଆଯାଉଛି । ରାଜ୍ୟର ୪ଟି ମେଡିକାଲ କଲେଜରେ ୪ଟି ନୂତନ କର୍କଟ ସ୍ପେସାଲିଟି କେନ୍ଦ୍ର କରାଯାଇଛି । ଗତ ୮ ବର୍ଷ ମଧ୍ୟରେ ଗ୍ରାମାଞ୍ଚଳରେ ୨୫୪ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ତିଆରି ହୋଇଛି ବୋଲି ପଲ।।ନିମାସୀ କହିଛନ୍ତି । ନାଗାପାଟନମ ଜିଲ୍ଲା ପାଇଁ ନୂତନ ଘୋଷଣ।। କରି ସେ କହିଛନ୍ତି, ଅରୁକୋଟୁଥୁରାଇରେ ନୂତନ ମାଛଧରା ବନ୍ଦର ୧୫୦ କୋଟି ଟଙ୍କାରେ ସ୍ଥାପନ ହେବ । ୨୫୦ ଏକର ଜାଗ।।ରେ ଏକ ଖାଦ୍ୟ ପ୍ରକ୍ରିୟାକରଣ ପାର୍କ ସ୍ଥାପନ ହେବ ବୋଲି ସେ ସୂଚନା ଦେଇଛନ୍ତି ।

Related posts

ଡୋମେଷ୍ଟିକ ଫ୍ଲାଇଟ ଚଳ।ଚଳ: ଏଏଆଇ ନିମନ୍ତେ ଏସଓପି ଜାରି

mahabharatanews

ଅନ୍ୟକୁ ଶୁଣିବା ବିଜେପିର ସିଦ୍ଧାନ୍ତ ନୁହେଁ: କପିଲ

mahabharatanews

ମୋଦିଙ୍କ ସିଏଏ ସମର୍ଥନ ଅଭିଯାନକୁ ବିରୋଧ

mahabharatanews